BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା, ୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଗଜବନ୍ଧ ପଞ୍ଚାୟତର ବର୍ତ୍ତମାନ ସରପଞ୍ଚଙ୍କ ସ୍ବାମୀ ବଲ୍ଲଭ କ୍ଷେତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ପୋଲିସ ପର୍ଦ୍ଦାଫାଶ କରିଛି । ଜମି ବିବାଦରୁ ଘଟିଥିବା ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୧୦ ତାରିଖ ରାତିରେ ବଲ୍ଲଭ କ୍ଷେତ୍ରୀଙ୍କୁ ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରାମପୁର ଥାନାରେ ୯୮/୨୦୨୫ ନମ୍ବରରେ ମାମଲା ରୁଜୁ ହୋଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ଯାଇ ଛାନ୍‌ବିନ ଆରମ୍ଭ କରାଯାଇଥିଲା ।

ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ, ଏହି ହତ୍ୟା ପଛରେ ପୁରୁଣା ଜମି ବିବାଦ ଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀପାଲି ଗାଁର ଯୋଗେଶ୍ୱର ଭୋଇ, ପଣ୍ଡରାପାଲି ଗାଁର ଗୋବିନ୍ଦ ବେହେରା, ଗଜବନ୍ଧ ଗାଁର ଧନଞ୍ଜୟ ପଶାୟତ ଓ ହୃଶୀକେଶ ବଗର୍ତ୍ତୀ । ଚାରିଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ରାମପୁର ପୋଲିସ ସୂଚନା ଦେଇଛି।

ଏହି ଘଟଣା ସହିତ ଅଞ୍ଚଳରେ ପୁଣିଥରେ ଜମି ବିବାଦ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ଚିନ୍ତା ଓ ଚର୍ଚ୍ଚା ଆରମ୍ଭ ହୋଇଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ