BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

‘ଟିମ ଇଣ୍ଡିଆ’ର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ୍ ଧୋନୀ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରନ୍ତି!

ନୂଆଦିଲ୍ଲୀ : ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉଗ୍ର ରୂପ ନେବାରେ ଲାଗିଛି । ଏଭଳି ସ୍ଥିତିରେ ଭାରତ ସରକାର ଜାରି କରିଛନ୍ତି ନୂଆ ଆଡଭାଇଜରି । ସମସ୍ତ ସେନାଧିକାରୀଙ୍କ ଛୁଟି ବାତିଲ କରିବାକୁ ସେମାନଙ୍କୁ ତୁରନ୍ତି ଆସି କାର୍ଯ୍ୟରେ ଯୋଗ ଦେବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମକୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କ୍ରିକେଟର ତଥା ଇଣ୍ଡିଆ ଟିମର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ୍ ଧୋନୀ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।

ଏମଏସ ଧୋନି ଟେରିଟୋରିଆଲ  ଆର୍ମଫୋର୍ସର ଲେଫ୍ଟେନାଣ୍ଟ କର୍ଣ୍ଣେଲ ପଦ ପାଇଛନ୍ତି। ଏହି ପଦ ପାଇବା ପରେ କାଶ୍ମୀରରେ ଏକ ସେନା ଅଭିଯାନରେ ସେ ସାମିଲ ହୋଇଥିଲେ, ଅବଶ୍ୟ ଏହା କିଛି ମାତ୍ର ଦିନର ଥିଲା।  ଏବେକା ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ  ଆବଶ୍ୟକ ପଡିଲେ ଧୋନୀଙ୍କୁ ଯୁଦ୍ଧ ପାଇଁ ଓହ୍ଲାଇବାକୁ ପଡିବ ।

ଯଦିଓ ଇଣ୍ଡିଆନ୍ ଟେରିଟୋରିଆଲ ଆର୍ମ ଫୋର୍ସ ସେନାର ଏକ ଅଂଶ କିନ୍ତୁ ଏହା ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରେ ।  ସିଧାସଳଖ ମୋର୍ଚ୍ଚା ଗ୍ରହଣ କରେ ନାହିଁ, କିନ୍ତୁ ଯେତେବେଳେ ଯୁଦ୍ଧ ସମୟ ଆସେ, ଏହାକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇଥାଏ। ଏହା ଭାରତୀୟ ସେନାର ଏକ ଅଂଶ ଓ ସ୍ୱେଚ୍ଛାସେବୀ ସଂଗଠନ। ସେନା ପକ୍ଷରୁ ଆଞ୍ଚଳିକ ସେନାକୁ ତାଲିମ ଦିଆଯାଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ହେଉଛି ଏହି ସେନାର କାମ ।

ମହେନ୍ଦ୍ର ସିଂ ଧୋନୀ ୨୦୧୧ ମସିହାରେ ଟେରିଟୋରିଆଲ ଆର୍ମିରେ କାର୍ଯ୍ୟ କରିଆସୁଛନ୍ତି । ସେ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରହିଛନ୍ତି । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଏଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପାରାଚୁଟ୍ ରେଜ୍ୟୁମେଣ୍ଟ ଟ୍ରେନିଂ ନେଇଛନ୍ତି ।