BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟରେ ଜଙ୍ଗଲ ଜମିର ତ୍ୱରିତ ମଞ୍ଜୁରୀ : ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର : ଓଡ଼ିଶାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟରେ ସଂପୃକ୍ତ ଜଙ୍ଗଲ ଜମିର ଚୂଡାନ୍ତ ମଞ୍ଜୁରୀକୁ ତ୍ୱରିତ ଗତିରେ  ଏବଂ ସୁଚାରୁ ଭାବେ କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ନିୟମିତ ସମନ୍ବୟର ଆବଶ୍ୟକତା ରହିଛି I ଏହାକୁ ହୃଦୟଙ୍ଗମ କରି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶକ୍ରମେ  ଏକ ସାପ୍ତାହିକ ସମୀକ୍ଷା ବୈଠକ ଜଙ୍ଗଲ ବିଭାଗର ମୁଖ୍ୟ ଦପ୍ତର ଠାରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ନୋଡାଲଙ୍କର ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗ ମାନଙ୍କ ସହ ଆୟୋଜନ କରି ପ୍ରକଳ୍ପ ମାନଙ୍କରେ ଥିବା ଜଂଗଲ ଜମିର ମଞ୍ଜୁରୀ ସଂକ୍ରାନ୍ତରେ ରହିଥିବା ବିଭିନ୍ନ ସମସ୍ୟାର ତ୍ୱରିତ ଏବଂ ସୁଚାରୁ ସମାଧାନର ବ୍ୟବସ୍ଥା କରିବାପାଇଁ ନିଷ୍ପତି ନିଆଯାଇଛି I

ଏହି କ୍ରମରେ ଆଜି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କର ଅଧ୍ୟକ୍ଷତାରେ ପ୍ରଥମ  ସମୀକ୍ଷା ବୈଠକ, ଜଙ୍ଗଲ ବିଭାଗର ମୁଖ୍ୟ ଦପ୍ତର ଠାରେ ଆୟୋଜିତ ହୋଇଯାଇଛି I ଆଜିର ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କର  ଅଧୀନସ୍ଥ  ରେଳ ମନ୍ତ୍ରାଳୟର ଛଅଗୋଟି ( ୬ ), ଗ୍ୟାସ ଅଥରିଟି ଅଫ ଇଣ୍ଡିଆର ଏକଗୋଟି ( ୧ ), ଇଣ୍ଡିଆନ ଅଏଲ କର୍ପୋରେସନର  ଏକଗୋଟି ( ୧ ), ରାଜ୍ୟ ସରକାରଙ୍କର  ଅଧୀନସ୍ଥ ଏକଲବ୍ୟ ମଡ଼େଲ ରେସିଡେନ୍ସିଆଲ ସ୍କୁଲର ଆଠଗୋଟି ( ୮ ), ଜଳ ସମ୍ପଦ ବିଭାଗର ତିନିଗୋଟି ( ୩ ), ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନର ସାତଗୋଟି ( ୭ ), ଏହିଭଳି ସର୍ବମୋଟ ୨୬ ଗୋଟି ପ୍ରକଳ୍ପର ଅଗ୍ରଗତି ଏବଂ ଜଙ୍ଗଲ ଜମିର ଚୂଡାନ୍ତ ମଞ୍ଜୁରୀ ଦିଗରେ ରହିଥିବା ସମସ୍ୟା ବାବଦରେ ବିଶଦ ଆଲୋଚନା କରାଯାଇ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସମୟସୀମା ନିର୍ଦ୍ଧାରଣ କରାଗଲା  I

ଆଗାମୀ ସପ୍ତାହଗୁଡିକରେ ଏହି ସମୀକ୍ଷା ବୈଠକ ପ୍ରତ୍ୟେକ ମଙ୍ଗଳବାର ଦିନ ଅନୁଷ୍ଠିତ କରାଯାଇ ଉପରୋକ୍ତ ପ୍ରକଳ୍ପ ଏବଂ ନୂତନ ପ୍ରକଳ୍ପଗୁଡିକରେ  ସଂପୃକ୍ତ ଜଙ୍ଗଲ ଜମିର ଚୂଡାନ୍ତ ମଞ୍ଜୁରୀକୁ ତ୍ୱରିତ ଗତିରେ  ଏବଂ ସୁଚାରୁ ଭାବେ କରିବା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି l