BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଫଳ ହେଲା ବନ ବିଭାଗ, ନିଆଁ ଦାଉରୁ ଜଙ୍ଗଲକୁ ବଞ୍ଚାଇ ଦେଲେ ମା ଓ ଝିଅ

ଫୁଲବାଣୀ: ବୃକ୍ଷ ହିଁ ଜୀବନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା I ବର୍ତମାନ ବିଶ୍ୱ ପାଇଁ ଏହା ବଡ଼ ଆହ୍ୱାନ I ତେଣୁ ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ ଠାରୁ ଆରମ୍ଭ କରି ବହୁ ସ୍ବେଛାସେବୀ ଏବଂ ବନ ବିଭାଗ ସମସ୍ତେ ତତ୍ପର ରହିଛନ୍ତି I କିନ୍ତୁ ଏହା ସତ୍ୱେ ଜଙ୍ଗଲର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି I ଯାହାକୁ ନେଇଁ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି I ବିଶେଷ କରି ଗ୍ରୀଷ୍ମ ଦିନେ ଜଙ୍ଗଲ କୁ କିପରି ସୁରକ୍ଷା ଦିଆଯିବ, ନିଆଁ ଦାଉରୁ କିଭଳି ଜଙ୍ଗଲକୁ ବଞ୍ଚେଇ ହେବ I ଏହାକୁ ନେଇଁ ବନ ବିଭାଗ ବିଭିନ୍ନ ଯୋଜନା କରୁଛି କିନ୍ତୁ ଏହା ସତ୍ୱେ ଜଙ୍ଗଲ ଜଳୁଛି, ଆଉ ବନ ବିଭାଗର କର୍ମଚାରୀ ମାନେ ହାତ ଟେକିଦେଉଛନ୍ତି I

କିନ୍ତୁ ଏଭଳି ସ୍ଥଳେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଦୁଃସାହାସିକତା ଦେଖାଇଛନ୍ତି ଜଣେ ବୃଦ୍ଧା ମା ଏବଂ ତାଙ୍କ ଝିଅ I କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ ସତ I କନ୍ଧମାଳ ଜିଲ୍ଲାରେ ଏଭଳି ଦୁଃସାହାସିକ କାମ କରି ଉଦାହରଣ ସାଜିଛନ୍ତି ଗୋଟିଏ ଦୁର୍ଗମ ଅଞ୍ଚଳ ରେ ଥିବା ଗାଁ ର ବୃଦ୍ଧା ମା ଏବଂ ତାଙ୍କ ଝିଅ I ଗାଁ ନିକଟବର୍ତ୍ତୀ ବିସ୍ତିର୍ଣ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ପୋଡ଼ି ଯାଉଥିବା ଦେଖି, ସେହି ନିଆଁକୁ ଲିଭାଇବା ପାଇଁ ଅନ୍ଧାର ରାତିରେ ବୃଦ୍ଧା ମା ଏବଂ ଝିଅ ବାହାରି ପଡ଼ିଥିଲେ ଜଙ୍ଗଲକୁ ଏବଂ ଜଙ୍ଗଲ ଭିତରେ ପଶି ନିଆଁ ଲିଭାଇ ସୁରକ୍ଷିତ ଭାବେ ଫେରିଥିଲେ ଘରକୁ I

ସେମାନଙ୍କ ସାହାସିକତାକୁ ନେଇଁ ବର୍ତମାନ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ଏବଂ ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି I ରାତି ପ୍ରାୟ ୬ ଟା ହେବ I ଜଙ୍ଗଲରେ ହୁତୁ ହୁତୁ ହୋଇ ନିଆଁ ଲାଗିଛି ଏବଂ ଜଙ୍ଗଲ ସାରା ସେହି ନିଆଁ ମାଡ଼ି ମାଡ଼ି ଯାଉଛି I ଜଙ୍ଗଲର ଏହି ଭୟଙ୍କର ଦୃଶ୍ୟ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖାଯାଉଥିଲା I ଏହାକୁ ସମସ୍ତେ ଗ୍ରାମବାସୀ ମାନେ ଦେଖୁ ଚୁପ ହୋଇ ରହିଥିଲେ I ସେହିଭଳି ଜଙ୍ଗଲରେ ନିଆଁ ଲାଗିଥିବା ଦେଖିଥିଲେ ଜଣେ ବୃଦ୍ଧା ମା ଏବଂ ତାଙ୍କ ଝିଅ I ସେମାନେ ଏହା ଦେଖି ନିଜ ମନକୁ ସମ୍ଭାଳି ପାରିନଥିଲେ, ଜଙ୍ଗଲ ତାଙ୍କର ମାଟି ମା, ଜଙ୍ଗଲ ତାଙ୍କର ସବୁ କିଛି I କେମିତି ଜଙ୍ଗଲକୁ ନିଆଁ ଦାଉରୁ ବଞ୍ଚାଇବେ, ଏହା ସେମାନେ ଭାବିପାରୁନଥିଲେ I

ଶେଷରେ ନିଷ୍ପତି ନେଇଥିଲେ, ସେମାନେ ଜଙ୍ଗଲକୁ ଯିବେ ଏବଂ ନିଆଁ ଲିଭାଇବେ I ଆଉ କାଳ ବିଳମ୍ବ ନକରି କିଟି କିଟି ଅନ୍ଧାର ରାତିରେ ସାହସ କରି ବାହାରିପଡ଼ିଥିଲେ ଜଙ୍ଗଲକୁ ପ୍ରୟ ରାତିରେ I ସାଥିରେ ତାଙ୍କର ପୋଷା କୁକୁର ମଧ୍ୟ ଯାଇଥିଲା I ପ୍ରାୟ ଅଧକିଲୋମିଟର ପାହାଡ଼ ଚଢିବା ପରେ ନିଆଁ ଲାଗିଥିବା ଜାଗାରେ ପହଞ୍ଚି ଯାଇଥିଲେ ବୃଦ୍ଧା ଏବଂ ଝିଅ I ସଙ୍ଗେ ସଙ୍ଗେ ଜଙ୍ଗଲରୁ କିଛି କଞ୍ଚା ଡାଳ ଛିଡ଼ାଇଥିଲେ ଦୁହେଁ, ତାପରେ ସେହି କଞ୍ଚା ଡାଳରେ ନିଆଁକୁ ଲିଭାଇବା ସହିତ ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ର ଠାରୁ ନିଆଁକୁ ଝାଡ଼ୁ କରି ପୃଥକ କରିଥିଲେଇ ଏହିପରି ଘଞ୍ଚ ଜଙ୍ଗଲରେ ନିଆଁ ଧାସରେ ଝାଳନାଳ ହୋଇ ପ୍ରାୟ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଙ୍ଗଲ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ମା’ଝିଅ ଇ ଏପଟେ ଗ୍ରାମରେ ମା’ଝିଅ ଘରେ ନଥିବା ନେଇଁ ଘର ଲୋକ ଏବଂ ଗ୍ରାମବାସୀ ମାନେ ଛାନିଆ ହୋଇଯାଇଥିଲେ I

ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଝିଅ କେଉଁଆଡ଼େ ଯାଇଛନ୍ତି, ଏହାକୁ ନେଇଁ ଗ୍ରାମରେ ଚିନ୍ତିତ ରହିବା ସହିତ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ I ଠିକ ଏହି ସମୟରେ ଉଭୟ ଜଙ୍ଗଲରୁ ଝାଳ ନାଳ ହୋଇ ଫେରୁଥିବା ଗ୍ରାମବାସୀ ମାନେ ଦେଖିଥିଲେ I ସେମାନେ ଝାଳନାଳ ହୋଇଥିବା ଦେଖି ଗ୍ରାମବାସୀ ମାନେ ପ୍ରଥମେ ଛାନିଆ ହେବା ସହିତ ସେମାନଙ୍କ ସହିତ କିଛି ଅଘଟଣ ହୋଇଥିବା ସନ୍ଦେହ କରିଥିଲେ ଏବଂ ପଚାରିଥିଲେ ତମେ କେଉଁଆଡ଼େ ଯାଇଥିଲା I ମା’ଝିଅ ସମ୍ପୂର୍ଣ ହାଲିଆ ହୋଇଯାଇଥିଲେ I ତେଣୁ ପ୍ରଥମେ ସେମାନେ କିଛି ପାଣି ପିଇଥିଲେ I ତାପରେ ସେମାନେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଯାଉଥିଲୁ କହିଥିଲେ I ତାଙ୍କ କଥା ଶୁଣି ଘର ଲୋକ ଏବଂ ଗ୍ରାମବାସୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ I ଏତେ ରାତିରେ ତମେ କିଭଳି ସାହସ କରି ଘଞ୍ଚ ଜଙ୍ଗଲକୁ ଗଲ, ଯଦି ଜଙ୍ଗଲର ଜୀବ ଜନ୍ତୁ ହାବୁଡ଼େ ପଡିଥାନ୍ତ କିମ୍ବା ଆଉ କିଛି ଅଘଟଣ ହୋଇଥିଲେ କଣ ହୋଇଥାନ୍ତା ବୋଲି ସମସ୍ତେ ପ୍ରଶ୍ନ କରିଥିଲେ I

କିନ୍ତୁ ସେମାନେ ସୁରକ୍ଷିତ ଜଙ୍ଗଲରୁ ଫେରିଥିବା ଦେଖି ସମସ୍ତେ ଖୁସି ହେବା ସହିତ ସେମାନଙ୍କ ଦୁଃସାହାସିକତାକୁ ସମସ୍ତେ ପ୍ରଶଂସା କରିଥିଲେ I ପୁରା ଫିଲ୍ମର କାହାଣୀ ପରି ଲାଗୁଥିବା ଏଭଳି ସତ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ମେଲୁମାହା ଗ୍ରାମରେ I ଏହି ଗ୍ରାମର ବୃଦ୍ଧା ମା ବିମଳା ନାୟକ ଏବଂ ତାଙ୍କ ଯୁବତୀ ଝିଅ ଲିପିକା ମଲ୍ଲିକ ଏହି ଦୁଃସାହାସିକ କାମ କରିଛନ୍ତି I ଯାହାକୁ ନେଇଁ ବର୍ତମାନ ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି I ତାଙ୍କ ପାଇଁ ଗ୍ରାମ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ବର୍ତମାନ ନିଆଁ ଦାଉରୁ ବଞ୍ଚିଯାଇଛି ଏବଂ ଉଭୟ ମା’ଝିଅ ଏହି କାର୍ଯ୍ୟ କରି ଆତ୍ମସନ୍ତୋଷ ପାଇବା ସହିତ ଜଙ୍ଗଲର ତାଙ୍କର ସବୁ କିଛି, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ବୋଲି କହିଛନ୍ତି I କନ୍ଧମାଳ ଜିଲ୍ଲାରେ ପ୍ରାୟ ୭୧ ପ୍ରତିଶତ ଜଙ୍ଗଲ ରହିଥିବା ବେଳେ ଜିଲ୍ଲାରେ ବାଲିଗୁଡ଼ା ଏବଂ ଫୁଲବାଣୀ ଦୁଇଟି ବନଖଣ୍ଡ ରହିଛି I ଦୁଇଜଣ ଡ଼ିଏଫଓ ଙ୍କ ତତ୍ୱାବଧାନ ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି I

ଏଥିପାଇଁ ଦୁଇ ବିଭାଗ ପକ୍ଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି I ବର୍ତମାନ ଗ୍ରୀଷ୍ମ ଦିନେ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ବିଭିନ୍ନ ବନାଞ୍ଚଳରେ ଶତାଧିକ ଫାୟାର ସ୍କ୍ୱାଡ଼ କରାଯାଇଛି କିନ୍ତୁ ଏହା ସତ୍ୱେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି ଏବଂ ଜଙ୍ଗଲ ନିଆଁକୁ ସମ୍ପୂର୍ଣ ଭାବେ ଆୟତ କରିବାରେ ବନ ବିଭାଗ ସଫଳ ହୋଇପାରୁନଥିବା ଦେଖାଯାଉଛି I ସେହିଭଳି ଜିଲ୍ଲାର ଏହି ଫିରିଙ୍ଗିଆ ବନାଞ୍ଚଳରେ ୪୨୧୬୨ ହେକ୍ଟର ସରଂକ୍ଷିତ ଏବଂ ସ୍ଥାୟୀ ଜଙ୍ଗଲ ରହିଛି ଏବଂ ବିଭିନ୍ନ ଜଙ୍ଗଲରେ ଦୈନିକ ନିଆଁ ଲାଗୁଛି I କିଛି କିଛି ଜଙ୍ଗଲରେ ବନ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ କରିପାରୁଥିଲେ ମଧ୍ୟ ବଡ଼ ବଡ଼ ପାହାଡ଼ ପର୍ବତରେ ଲାଗୁଥିବା ନିଆଁକୁ ବନ ବିଭାଗର କର୍ମଚାରୀ ମାନେ ଆୟତ କରିପାରୁନାହାନ୍ତି I

ତେବେ ଜିଲ୍ଲାରେ କଣ ପଦକ୍ଷେପ ନିଆଗଲେ ସମ୍ପୂର୍ଣ ଭାବେ ଜଙ୍ଗଲ ନିଆଁକୁ ଆୟତ୍ତ କରିହେବ ଏ ନେଇଁ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣା ଙ୍କୁ ପଚାରିବାରୁ ଜଙ୍ଗଲ ଜଳୁଥିବା ବାବଦରେ ସୂଚନା ଆସିଲେ ଆମେ ଜଙ୍ଗଲ ନିଆଁକୁ ଲିଭାଉଛୁ ଓ ଜଙ୍ଗଲ ରେ ନିଆଁ କିଭଳି ଲାଗିବନି ସେଥିପାଇଁ ବନବିଭାଗ ସମ୍ପୂର୍ଣ ସଜାଗ ରହିଛି ବୋଲି କହିଛନ୍ତି I