BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨୦୨୫-୨୬ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ: ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଶିକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାର୍ଥୀଙ୍କ ଅଭିଭାବକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସମାପ୍ତି ସୂଚକ ଆକଳନ- ୨ ର ଉପଲବ୍ଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଶୈକ୍ଷିକ କ୍ୟାଲେଣ୍ଡର, ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅଧାରୁ ପାଠ ଛାଡୁଥିବା, ନାମ ଲେଖାଇ ନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ସର୍ବେକ୍ଷଣ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅଭିଯାନ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଛି ।

ଏଠାରେ ପ୍ରକାଶ ଥାଉକି, ଅଭିଭାବକ ଶିକ୍ଷକ-ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟସରକାରଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଅଭିଭାବକମାନେ ପ୍ରଶଂସା କରିଥିଲେ । ଉକ୍ତ ସମ୍ମିଳନୀକୁ ଶିକ୍ଷାବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗଦାନ କରି ଏହାର ତଦାରଖ ଓ ପରିଦର୍ଶନ କରିଥିଲେ ।

ଅଭିଭାବକମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି / ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ କରାଯାଉଛି । ଏହି ବୈଠକ ଦ୍ବାରା ଅଭିଭାବକମାନେ ସିଧାସଳଖ ବିଦ୍ୟାଳୟ ସହିତ ସମ୍ପୃକ୍ତ ହୋଇ ବିଦ୍ୟାଳୟର ବହୁବିଧ ବିକାଶ ପାଇଁ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇଥାନ୍ତି । ସୂଚନା ଥାଉକି, ଚଳିତ ଶିକ୍ଷା ବର୍ଷରେ ୪ ଗୋଟି ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ବୈଠକ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି ।