BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଲ୍ୟାଣ୍ଡିଂ ବେଳେ ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ

  •  ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଅଗ୍ନିକାଣ୍ଡ
  • ହଂକଂରୁ ଆସୁଥିଲା ବିମାନ, ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ
  • ତେବେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା

ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ଲ୍ୟାଣ୍ଡିଂ ବେଳେ ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଲାଗିଲା ଅଗ୍ନିକାଣ୍ଡ । ହଂକଂରୁ ଆସୁଥିଲା ଏହି ବିମାନଟି । ତେବେ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି । ତେବେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବୟାନ ଅନୁଯାୟୀ, ହଂକଂରୁ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆ ବିମାନର ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ ବିମାନଟି କିଛି କ୍ଷତି ସହିଛି। ଅଧିକ ତଦନ୍ତ ପାଇଁ ବିମାନଟିକୁ ବିମାନବନ୍ଦରରେ ଅଟକାଯାଇଛି।