BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି ସହିତ ହାତ ମିଳାଇଲେ ଦୀପିକା।

ମୁମ୍ବାଇ; ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ଆଇସିଏମ୍ ସହ ହାତ ମିଳାଇଛନ୍ତି । ଆଇସିଏମ୍ ସୂଚିରେ ବଡ ବଡ ହଲିଉଡ କଳାକାରଙ୍କ ନାମ ସାମିଲ ରହିଛି । ଦୀପିକା ୨୦୧୭ରେ ଡିଜେ ଜେ କାରୁସୋଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ହଲିଉଡ୍ ମୁଭି ‘ଏକ୍କ୍‌ଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ରୁ ନିଜର ହଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଆଜି ଦୀପିକା ବଲିଉଡ୍‌ର ସବୁଠାରୁ ଟ୍ୟାଲେଣ୍ଟେଡ ସେଲିବ୍ରିଟିଙ୍କ ମଧ୍ୟରେ ଜଣେ । ନିକଟରେ ସେ ହଲିଉଡ୍‌ର ଏକ ବଡ ଟ୍ୟାଲେଣ୍ଟ ଏଜେନ୍ସି ସହ ଯୋଡି ହୋଇଯାଇଛନ୍ତି । ଏହାକୁ ନେଇ ସେ ଖୁବ୍ ଖୁସି ଥିବା ବେଳେ ଉତ୍ସାହିତ ବି ଅଛନ୍ତି । ବଲିଉଡ୍ କଥା ଆଲୋଚନା କଲେ ଦୀପିକା ଏବେ ମୁଭି ‘୮୩’ରେ ନଜର ଆସିବେ । ଏହା ୧୯୮୩ରେ ଭାରତ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଜିତି ଯେଉଁ ଐତିହାସିକ ରେକର୍ଡ କରିଥିଲା ସେହି କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ । ଏଥିରେ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ ।