BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ

ଭୁବନେଶ୍ୱର ; ନୂଆ ଓଡିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ ଉତ୍ସବ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଲୁମ୍ବିନୀ ବିହାର ବିଷ୍ଣୁ ମନ୍ଦିର ପରିସରରେ ଥିବା ମା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତ୍ରୀକୋଣୀୟ ପ୍ରେମ,ଲଭ ରୋମାନ୍ସ, କମେଡି ଓ ସସ୍ପେନ୍ସକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଅଧୁରା ପ୍ରେମ କାହାଣୀ । କାହାଣୀର ଝଲକ୍ ଅନୁସାରେ ଜଣେ ପୁଅକୁ ଭଲ ପାଉଛନ୍ତି ଦୁଇଜଣ ଝିଅ । ବହୁ ଘାତ ପ୍ରତିଘାତ, ଝଡଝଞ୍ଜା ଭିତରେ ଜାରି ରହିଛି ସଂଘର୍ଷ । ଏହି ପ୍ରେମ ବାଜିରେ କିଏ ହାରୁଛି, କିଏ ଜିତୁଛି, ଜଣଙ୍କ ପ୍ରେମ ଅଧୁରା ରହୁଛି ନା ଦୁଇଜଣଙ୍କର, ଶେଷରେ କିଏ ବାଜିମାତ୍ କରୁଛି ତହାହିଁ ରହିଛି ସସ୍ପେନ୍ସ । ଏହି ଭିନ୍ନ ସ୍ୱାଦର କାହାଣୀରେ ଯୁବପିଢିଙ୍କ ପାଇଁ ରହିଛି ନୂଆ ନୂଆ ପ୍ରେମ ଟିପସ୍ ଯାହା ସମସ୍ତଙ୍କୁ ବାନ୍ଧି ରଖିବ । ରଜତ ଜ୍ୟୋତିଙ୍କ ପ୍ରଯୋଜନା ଓ ନିରଞ୍ଜନ ବାରିକଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ୪୦ ଦିନ ଭିତରେ ସୁଟିଂ ହୋଇ ପରଦାକୁ ଆସିବ ବୋଲି ପ୍ରେଯାଜନା ସଂସ୍ଥା ଲକ୍ଷ ରଖିଛି । ଏଥିରେ ସହ ନିଦ୍ଦେର୍ଶକ ଭାବେ ଆଶୁତୋଷ(ବାବୁଦା), ସଙ୍ଗୀତ ନିର୍ଦ୍ଦେଶକ ବୈବ୍ୟନାଥ ଦାସ, କାହାଣୀ, ସଂଳାପ ଓ ଚିତ୍ରନାଟ୍ୟରେ ପ୍ରିୟବ୍ରତ ପଣ୍ଡା, ଗୀତିକାର ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ଷ୍ଟାରକ୍ୟାଷ୍ଟ ଭାବେ ନାୟକ ଭୁମିକାରେ ଶୁଭାଶିଷ(ମଣ୍ଟୁ), ନାୟିକା ଭାବେ ସୂର୍ଯ୍ୟମୟୀ ଓ ପୁନମ, ଅନ୍ୟ କାଳାକାର ମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଶ୍ରୀତମ ଦାସ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ନୂପୁର, ପ୍ରଜ୍ଞା ଖଟୁଆ, ଜ୍ଞାନ, ଅକ୍ଷୟ ମିଶ୍ର, ସୁନିତା ମିଶ୍ର, ବିଟୁ, ଲିନା, ସସ୍ମିତା, ବୁଲଟି, ରାଣୀ, ଳକି, ଐଶ୍ୱର୍ଯ୍ୟା, ବାବୁ ରାଜା, ଶିଶୁ କଳାକାର ଈମୁ, ବିଶ୍ୱ, ଭାଗ୍ୟଶ୍ରୀ ଓ ସ୍ନେହାଶ୍ରୀ ରହିଛନ୍ତି । ଫିଲ୍ମିଟିରେ ୫ଟି ସୁମଧୁର ଗୀତ ରହିଛି । ଯାହାକୁ କଣ୍ଠଦାନ କରିଛନ୍ତି କଣ୍ଠଶୀଳ୍ପି ଶିଶିର କୁମାର ଦାସ, ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଲଦୀପ, ଅର୍ପିତା. ଆର ଅଙ୍କିତା ଓ ଅରବିନ୍ଦ । କ୍ୟାମେରାରେ ଦୀଲ୍ଲିପ ବାରିକ, କୋରିଓ ଗ୍ରାଫରରେ ଅମିତ୍ ଥିବାବେଳେ ଫାଇଟରେ ରହିଛନ୍ତି ଶୈଳ । ଆଜିର ଏହି କାର୍ଯ୍ୟକ୍ରମକୁ ଜଲି ପରିଚାଳନା କରିଥିବାବେଳେ ଅତିଥି ଭାବେ ଅଜୟ ଅଗ୍ରଓାଲ୍ ଯୋଗଦେଇଥିଲେ ।