BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦିପିକାଙ୍କ ଲକି ଅକ୍ଷରରେ ନୂଆ ଫିଲ୍ମ

ଦୀପିକା ପାଦୁକୋନ୍‌ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି ଏପରି ସଂଯୋଗ ଏପରି ଅକ୍ଷରକୁ ନେଇ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ସେଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଦୀପିକା। ଏହାର ଆଉ ଏକ ଖାସ୍‌ କଥା ରହିଛି। ଏଥିରେ ଦୀପିକାଙ୍କ ନାୟକ ସାଜୁଛନ୍ତି ସାଉଥର ମେଗା ଷ୍ଟାର ପ୍ରଭାସ। ‘କେ’ ଟାଇଟଲ ବିଶିଷ୍ଟ ଏହି ଫିଲ୍ମର ଶୁଟିଂ ଇତିମଧ୍ୟରେ ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଯାଇଛି। ତେଣୁ ଦୀପିକା ଏବେ ସେଠାରେ ଡେରା ପକାଇଛନ୍ତି। ଏ ନେଇ ସେ କହନ୍ତି, ‘ମୋର ଶୁଭ ଅକ୍ଷର ହେଲା ‘କେ’। ଏହା ମୋ ପାଇଁ ସବୁଠାରୁ ଖୁସିର କଥା ଯେ, ‘କେ’ ଟାଇଟଲରେ ନିର୍ମିତ ହେଉଥିବା ଫିଲ୍ମରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଛି। ଏଥିପାଇଁ ଏହାର ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ଯେତେ ଧନ୍ୟବାଦ ଦେବି ତାହା କମ୍‌ ହେବ। ଏଥିରେ ମୋତେ ଯେଉଁ ଭୂମିକା ମିଳିଛି ତାହା ମୋ କ୍ୟାରିୟରକୁ ଆହୁରି ମାଇଲେଜ ଦେବ ବୋଲି ଆଶା ରଖିଛି।’ ତେବେ ଏହି ଫିଲ୍ମରେ ଦୀପିକାଙ୍କ ଭୂମିକା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ରିଲିଜ ପରେ ହିଁ ଜଣାପଡିବ।