BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୃଥ୍ବୀରାଜ ର ଟିଜର ରିଲିଜ

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ପ୍ରଥମ ଝଲକକୁ ଦର୍ଶକେ ଅପେକ୍ଷା କରି ରହିଥିଲେ । ଏବେ ୧ ମିନିଟ ୨୨ ସେକେଣ୍ଡର ଏହି ଟିଜର ଦର୍ଶକଙ୍କ ମନକୁ ପାଇଥିବା କୁହାଯାଉଛି । ଏଥିରେ ଅକ୍ଷୟ କୁମାର ପୃଥ୍ୱିରାଜ ଭୂମିକାରେ ଥିବା ବେଳେ ତାଙ୍କ ଲୁକ୍ସ ସମସ୍ତଙ୍କୁ ସରପ୍ରାଇଜ୍ ଦେବ ବୋଲି କୁହାଯାଉଛି । ଏହି ଟିଜରକୁ ୟଶରାଜ ଫିଲ୍ମସର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରାଯାଇଛି । ଏହାର ଆରମ୍ଭ ପୃଥ୍ୱିରାଜଙ୍କ ଚରିତ୍ର ଓ ମହାନତାକୁ ଦର୍ଶାଉଥିବା ଭଏସଓଭରରୁ ଆରମ୍ଭ କରାଯାଇଛି । ଏହାପରେ ଏକ ସୁନ୍ଦର ୱାର ସିନ୍ ନଜର ଆସୁଛି । ଏଥିରେ ସଞ୍ଜୟ ଦତ୍ତ ଅକ୍ଷୟ କୁମାରଙ୍କ ଭଳି ଆକ୍ସନ କରୁଥିବା ନଜର ଆସିଛି । ସୋନୁ ସୁଦ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ମାନୁସି ଚିଲ୍ଲରଙ୍କ ଏହା ଡେବ୍ୟୁ ମୁଭି ହୋଇଥିବା ବେଳେ ଏହା ୨୦୨୨ ଜାନୁୟାରୀରେ ପରଦାକୁ ଆସିବ । ୨୦୨୨ର ଆୱେଟେଡ ଡେବ୍ୟୁ ମୁଭି ମଧ୍ୟରୁ ପୃଥ୍ୱିରାଜ ଗୋଟିଏ ବୋଲି କୁହାଯାଉଛି ।