BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖୁବଶୀଘ୍ର ଆସିବ ଓଡିଆ ସିନେମା ମନ ମୋର କାଗଜ ଗୁଡି

ଭୁବନେଶ୍ୱର : ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡ଼ି’ର ପୋଷ୍ଟ ପ୍ରଡକ୍ସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ଏହାର କାହାଣୀ ଗତିଶୀଳ। ଏଥିରେ ମଧ୍ୟ ଇମୋଶନ, ଫାମିଲି ଡ୍ରାମା, କମେଡି ରହିଛି। ନବାଗତ ପ୍ରଯୋଜକ ଶିବିର ପରିଡ଼ା ଏବଂ ବିବେକାନନ୍ଦ ବାରିକ ଏହାର ପ୍ରଯୋଜନା କରିଛନ୍ତି। ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଉକ୍ତ ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର (ଦୀପୁ)। ଏହାପୂର୍ବରୁ ସେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ସିନେମାର ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିସାରିଛନ୍ତି। ଏହାର ନାୟକ ଭୂମିକାରେ ଦେଖାଦେବେ ରାକେଶ ଏବଂ ତାଙ୍କର ନାୟିକା ସାଜିଛନ୍ତି ଚୁଲ୍‌ବୁଲି ଭୂମିକା। ଏଥିରେ ସଂଯୋଜିତ ତଥା ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ବାଇଁଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଜାପାନୀ ଭାଇ। ଦିବ୍ୟସିଂହ ରାୟଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ମାନସ ପଢ଼ିହାରୀ। ଜିତୁ, ସୀମା, ଲିପୁନ୍‌, ସଞ୍ଜୟ, ଭକ୍ତି, ଜ୍ଞାନ, ପ୍ରୀତି, ନାଗେଶ, ଗୁଡ଼ି ପ୍ରମୁଖ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ।