BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅନଟାଇଟଲଡ୍ କାହାଣୀ ପାଇଁ ଅଡ଼ୁଆ।

କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ କି ନାହିଁ ସେ ନେଇ ଦୋଛକିରେ ପଡିଥିଲେ। କିନ୍ତୁ ସେପଟେ ପ୍ରଯୋଜକ ମାଇଣ୍ଡ ମେକଅପ କରିନେଇଥିଲେ ଯେ ଏହି ନାୟିକାଙ୍କୁ ସେ ଯେମିତି ହେଲେ ସାଇନ୍‌ କରାଇବେ। ଏ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ପୂର୍ବରୁ ନାୟିକା ଜଣକ କିଏ ଜାଣିବେନି ? ସେ ହେଲେ ଇଲିୟାନା ଡି’କ୍ରୁଜ୍‌। କଥା କ’ଣ କି ନିକଟରେ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କାହାଣୀଟି ସିନା ତାଙ୍କର ପସନ୍ଦ ହେଲା, ହେଲେ ଏ ନେଇ ହଁ ଭରିବାକୁ ସେ ଅଡୁଆରେ ପଡିଯାଇଥିଲେ। କାରଣ ଏଥିରେ କେତୋଟି ଗରମାଗରମ ଶଟ୍‌ ଦେବାକୁ ପଡ଼ିବ। ହେଲେ କିଛି ଦିନ ପରେ ଇଲିୟାନା ଏଥିରେ ଅଭିନୟ କରିବାକୁ ରାଜି ଅଛନ୍ତି ବୋଲି ପ୍ରଯୋଜକଙ୍କୁ ଜଣାଇ ଦେଇଥିଲେ। ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ପାଇଁ ତାଙ୍କର ପାରିଶ୍ରମିକକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ‘ଅନଫେୟାର ଆଣ୍ଡ ଲଭଲି’ ଟାଇଟଲବିଶିଷ୍ଟ ଏକ ସିନେମାରେ ମଧ୍ୟ ଇଲିୟାନା ଅଭିୟନ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ରଣଦୀପ ହୁଦା