BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡାର୍ଟି ଗର୍ଲ ବିଦ୍ୟାଙ୍କ ଦମଦାର୍ ଲୁକ।

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶେରନୀ’ର ଅଫିସିଆଲ ଟିଜର ରିଲିଜ୍‌ ହୋଇଛି। ୨୦ ସେକେଣ୍ଡର ଥିବା ଏହି ଟିଜରରେ ବିଦ୍ୟାଙ୍କ ଦମ୍‌ଦାର ଲୁକ୍‌ ସହ ସେ ଏକ ଘଞ୍ଚ ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି। ଆମାଜନ ପ୍ରାଇମ୍‌ ଭିଡିଓ ଏହି ଟିଜରକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିସହ ଏହାର ଟ୍ରେଲର ରିଲିଜ୍‌ର ତାରିଖ ମଧ୍ୟ ଘୋଷଣା କରିଛି। ଜୁନ ୨ରେ ଶେରନୀର ଟ୍ରେଲର ରିଲିଜ ହେବ। ଅନ୍ୟପଟେ ଏହି ଟିଜରକୁ ବିଦ୍ୟା ମଧ୍ୟ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଶେରନୀ ରାସ୍ତାରେ ଅଛି, ଶେରନୀର ଗର୍ଜନ ଶୁଣିବାକୁ ପ୍ରସ୍ତୁତ ହୋଇଯାଅ। ଟି-ସିରିଜ ଓ ଅମ୍ବୁନଦନ୍ତିିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ଏହି ଫିଲ୍ମରେ ଅମିତ ମସୁରକରଙ୍କ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଏଥିରେ ବିଦ୍ୟାଙ୍କ ବ୍ୟତୀତ ଶରତ ସକ୍ସସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ଇଲା ଅରୁଣ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ତେବେ ଟିଜରକୁ ଦେଖିବା ପରେ ପ୍ରଶଂସକ ବହୁ ଉତ୍ସାହର ସହ ଟ୍ରେଲରକୁ ଅପେକ୍ଷା କରିଛନ୍ତି।