BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଧେର ରିଲିଜ ଭବିଷ୍ୟତ କହିଲେ ସଲମନ।

ମୁମ୍ବାଇ,: ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଫିଲକୁ ପ୍ରଡ୍ୟୁସ କରିଥିବା ସଲମାନ କହିଛନ୍ତି, ଜାଣିଶୁଣି କ୍ଷତି ସହିବାକୁ ପଡ଼ୁଛି। କାରଣ ମହାମାରୀ ସମୟରେ କୌଣସି ଥିଏଟର ଚାଲୁ ନାହିଁ। ଆଉ ମୁଁ ଫ୍ୟାନଙ୍କ ସହ ଇଦ୍‌ ପାଇଁ କମିଟମେଣ୍ଟ କରିଥିଲି। ଏଣୁ ଫିଲ୍ମକୁ ରିଲିଜ୍‌ କରୁଛି। ଫିଲ୍ମଟି ଜି ୫’ର ପେ ପର ଭ୍ୟୁ ଓ ଅଗ୍ରଣୀ ଡିଟିଏଚ୍‌ ଅପରେଟର୍ସଙ୍କ ନିକଟରେ ଉପଲବ୍ଧ ହେବ। ଜି ୫’ର ସହଯୋଗ ବିନା ମୁଁ ମୋ ଇଦ୍‌ କମିଟମେଣ୍ଟ ରଖି ପାରି ନ ଥାନ୍ତି। ମହାମାରୀରେ ଯୋଗୁ ଲୋକେ ଏବେ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଟିକେଟ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଖୁବ୍‌ ଶସ୍ତାରେ ଘରେ ଫିଲ୍ମର ମଜା ନେଇପାରିବେ।

ଆଉ ବର୍ଷେ ହେଲା କ୍ଷତି ସହୁଥିବା ସିନେମା ମାଲିକଙ୍କୁ କ୍ଷମା ମାଗିଛନ୍ତି ସଲମାନ। ଥିଏଟର ମାଲିକମାନେ ଏହି ଫିଲ୍ମରୁ ଲାଭ କରିବାକୁ ଆଶା ରଖିଥିଲେ। ଯଥା ସମ୍ଭବ ଆମେ ଅପେକ୍ଷା କରିଥିଲୁ। ମହାମାରୀ ଶେଷ ହେବା ପରେ ଫିଲ୍ମକୁ ପୂରା ଦେଶରେ ରିଲିଜ କରିପାରିବୁ ବୋଲି ଆଶା ଥିଲା। କିନ୍ତୁ ସେଭଳି କିଛି ହେଉ ନାହିଁ ବୋଲି ବଲିଉଡ୍‌ ଷ୍ଟାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଧେ ଫିଲ୍ମର ପ୍ରସାରଣ ଅଧିକାର ଜି୫’ ୧୯୦ କୋଟି ଟଙ୍କାରେ କିଣି ନେଇଛି।