BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡୁରାଣ୍ଡ ଲାଇନ୍‌ ସୀମାରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ସଂଘର୍ଷ

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନ୍‌ ସୀମାରେ ବୁଧବାର ସକାଳେ ଭୟଙ୍କର ସଂଘର୍ଷ ହୋଇଥିଲା। କାନ୍ଦାହାର ପ୍ରଦେଶସ୍ଥିତ ସ୍ପିନ୍‌ ବୋଲ୍‌ଡାକ ଜିଲ୍ଲାରେ ପାକିସ୍ତାନୀ ସେନା ବୁଧବାର ସକାଳେ ପ୍ରଥମେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫଗାନ ସେନା ଏହାର ପାଲଟା ଜବାବ ଦେଇ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲା। ସୀମାରେ ୨୦ରୁ ଅଧିକ ପାକିସ୍ତାନ ପୋଷ୍ଟ୍‌ ଉପରେ ଆକ୍ରମଣ ହୋଇଥିବା ବେଳେ ଅତି କମ୍‌ରେ ୧୦ ଜଣ ପାକ୍‌ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ଏହାସହିତ ଅନେକ ପାକ୍‌ ପୋଷ୍ଟ୍‌କୁ ଆଫଗାନିସ୍ତାନ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଛି।

ଏ ମଧ୍ୟରେ ଭାରତର ଈଶାରାରେ ଆଫ୍‌ଗାନିସ୍ତାନ ଏଭଳି କରୁଥିବା ଦାବି କରୁଛି ପାକିସ୍ତାନ। ଯୁଦ୍ଧକ୍ଷେତ୍ରରେ ଆଫଗାନ ସେନା ଭାରୀ ପଡ଼ିବା ଦେଖି ପାକିସ୍ତାନ ବିଚଳିତ ହେବା ସହ ଭାରତକୁ ଦାୟୀ କରିଛି। ବୁଧବାର ଦିନ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆଫଗାନିସ୍ତାନର ତାଲିବାନ ସରକାର ଉପରେ ବିଶ୍ୱାସ କରିବା କଷ୍ଟକର। ତାଲିବାନର ସାମ୍ପ୍ରତିକ ନିଷ୍ପତ୍ତି ପାକିସ୍ତାନର ସ୍ୱାର୍ଥ ବିରୁଦ୍ଧରେ ଏବଂ ଏହା ପଛରେ ଭାରତର ହାତ ଥିବା ସ୍ପଷ୍ଟ ଜଣାପଡ଼ୁଛି।

୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି।