BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ସରକାରଙ୍କ ଲକ୍ଷ୍ୟ ପୁରଣ ଦିଗରେ କାର୍ଯ୍ୟ କରିବାକୁ ନୂତନ ପିଢ଼ିଙ୍କୁ ପରାମର୍ଶ

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ(ବୈଷୟିକ) ଓ ଅତିରିକ୍ତ ନିର୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ହେଉଛି ସରକାରଙ୍କ ଆଖି, କାନ ଓ ନାକ ସଦୃଶ୍ୟ I ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟତର କରିବାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଆଜିର ସମୟରେ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଖୁବ ବୃଦ୍ଧିପାଇଛି I ଏହି ପରିସ୍ଥିତିରେ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ସରକାରଙ୍କ ଲକ୍ଷ୍ୟ ପୁରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ ବୋଲି ଅବସର ନେଉଥିବା ନିର୍ଦେଶକ(ବୈଷୟିକ)  ସୁରେନ୍ଦ୍ର ନାଥ ପରିଡା ଓ ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସ ନୂଆ ପିଢ଼ିର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତିI

ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ କଲ୍ୟାଣ କମିଟି ଓ ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ନିର୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡା ଓ ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଦୁଇ ବରିଷ୍ଠ ଅଧିକାରୀଙ୍କ ଧୈର୍ଯ୍ୟ, କାର୍ଯ୍ୟଦକ୍ଷତା, ଅମାୟିକ ବ୍ୟବହାର, କର୍ତ୍ତବ୍ୟ ନିଷ୍ଠା, ସରକାରୀ କାର୍ଯ୍ୟକୁ ଆଗେଇ ନେବାରେ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେI

ଏହି କାର୍ଯ୍ୟକ୍ରମକୁ ଉପନିର୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦେଶିକା ଦିପ୍ତିମୟୀ ମହାପାତ୍ର, ଉପଶାସନ ସଚିବ ପ୍ରଣବ ପ୍ରକାଶ ଦାସ, ସହକାରୀ ନିର୍ଦେଶକ( କ୍ଷେତ୍ର) ଦୀପକ କୁମାର ସାହୁ, ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ବିକ୍ରମ ମହାରଣା, ବିନାୟକ ମିଶ୍ର , ଅବିନାଶ ପାଣିଙ୍କ ସମେତ ମନୋଜ ରଥ, ଜନ ଜାଭେଦ ସିଂ, ଗୋପାଳ ପାଣିଗ୍ରହୀ ପ୍ରମୁଖ ଅବସର ନେଉଥିବା ଅଧିକାରୀଙ୍କ କାର୍ଯ୍ୟକ୍ଷେତର ସ୍ମୃତି ବଖାଣିବା ସହିତ ଗଣମାଧ୍ୟମ ସହିତ ସମନ୍ବୟ ରକ୍ଷା କରି ଅତ୍ୟନ୍ତ ନିଖୁଣ ଭାବେ ସରକାରୀ କାର୍ଯ୍ୟକୁ ଆଗେଇ ନେଉଥିଲେ ବୋଲି ବର୍ଣ୍ଣନା କରିଥିଲେ I

ଏହି ଅବସରରେ ବିଭାଗ ପକ୍ଷରୁ ସୋମବାର ଅବସର ନେଉଥିବା ନିର୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଓ ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ , ଉତ୍ତୋରୀୟ, ଫଳକ ଓ ଶ୍ରୀମଦ ଭଗବତ ଗୀତା ପ୍ରଦାନ କରାଯାଇଥିଲା I

ଏହିବୈଠକରେ ଯୁଗ୍ମ ନିର୍ଦେଶକ ସ୍ମିତା କର, ସହକାରୀ ଅର୍ଥ ପରାମର୍ଶଦାତା ପୃଥ୍ୱୀରାଜ ପାଣି, ଲୋକସମ୍ପର୍କ ଅଧିକାରୀ ସୁଜିତ ରଞ୍ଜନ ସ୍ବାଇଁ, ପଠାଣି ରାଉତ, ପ୍ରମୋଦିନୀ ଟେଟେ, ଅମ୍ଲାନ ଦାସ, ତନୁଜା ମହାନ୍ତି, ଆଲୋକ ମହାନ୍ତି, ରୋଜାଲିନି ସାହୁ, ଐଶର୍ଯ୍ୟା ସାମନ୍ତ, ଶ୍ରବଣ କୁମାର ସମେତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେI