BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପାର୍ବତୀପୁରରେ ଆଶାକର୍ମୀ ଉପରେ ଆକ୍ରମଣ, ଥାନାରେ ମାମଲା

ନୟାଗଡ଼: ନୟାଗଡ଼ ଜିଲ୍ଲାର ଫତେଗଡ଼ ଥାନା ଅଧୀନ ପାର୍ବତୀପୁରରେ ଗାଁରେ ଜଣେ ଆଶାକର୍ମୀ ଔଷଧ ବିତରଣକୁ ଯାଇଥିବାବେଳେ ଚାରି ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଏହି ଘଟଣା ଗାଁ ମଧ୍ୟରେ ଚହଳ ସୃଷ୍ଟି ହୋଇଛି। ଆଶାକର୍ମୀଙ୍କୁ ୪ ଜଣ ଯୁବକ ଆକ୍ରମଣ କରୁଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ମାୟାଧର ପ୍ରଧାନ (୩୦) ମଧ୍ୟ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

ପୂର୍ବ ଦିନ ଗାଁରେ ଡାଇରିଆ ଝାଡାବାନ୍ତି ବ୍ୟାପିଥିବାରୁ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ଆଶାକର୍ମୀ ଘରେ ଘରେ ଔଷଧ ବିତରଣ କରୁଥିଲେ। ସେହି ସମୟରେ ସୁବାଷ ବେହେରା, ଲୋକନାଥ ବେହେରା ଓ ଦୁଇ ଅଜଣା ଯୁବକ ବହୁ ଅତ୍ୟଧିକ ମଦ୍ୟପାନ କରି ଲୋକମାନଙ୍କୁ ଗାଳିଗୁଲଜ ଗାଳିଗୁଲଜ କରୁଥିବାରୁ ଆଶାକର୍ମୀ ସେମାନଙ୍କୁ ରୋକିବା ପାଇଁ ପ୍ରୟାସ କରିଥିଲେ। ତାହାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ଘଟଣା ତୀବ୍ର ରୂପ ଧାରଣ କରିଥିଲା।

ସ୍ଥାନୀୟ ଲୋକମାନେ ଆଶାକର୍ମୀ ଓ ମାୟାଧରଙ୍କୁ ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ନେଇ ଚିକିତ୍ସା କରାଇବା ପରେ ଅଧିକ ସୁବିଧା ନିମିତ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଦୁହିଁଙ୍କ ଅବସ୍ଥା ସ୍ଥିର ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଏ ଘଟଣାକୁ ନେଇ ଆଶାକର୍ମୀ ଫତେଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କ ଠିକଣା ଚିହ୍ନଟ କରି ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି। ଥାନା ଇନ୍‌ଚାର୍ଜ ଜଣାଇଛନ୍ତି, “ଅବଶ୍ୟ ଆମେ ସଂଲଗ୍ନ ସମସ୍ତଙ୍କୁ ଆଇନର କବଳରେ ଆଣିବୁ। ଗାଁର ସୁରକ୍ଷା ବ୍ୟବସ୍ଥା ଜୋରଦାର ପଦକ୍ଷେପ ଗ୍ରହଣ କରାଯାଇଛି।”

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ