ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ ସୋମବାର ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ହାତରେ ବ୍ୟାନର, ପ୍ଲାକାର୍ଡ ଓ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ରାଜ୍ୟ ସରକାର ଚାଷୀଙ୍କ ପାଇଁ ମାସକୁ ୫ହଜାର ଟଙ୍କାର ପେନ୍ସନ କାହିଁକି ଲାଗୁ କରୁନାହାନ୍ତି, ଟାଟା ପାୱାରର ଗ୍ରାହକ ଶୋଷଣରେ ଓଡ଼ିଶା ସରକାର ନୀରବ କାହିଁକି ବୋଲି ଆନ୍ଦୋଳନକାରୀ ଚାଷୀମାନେ ପ୍ରଶ୍ନ କରିଛନ୍ତି। ବାଟରେ ପୋଲିସ ବ୍ୟାରିକେଡ୍ ପକାଇ ବାଟ ଓଗାଳିଥିଲେ ମଧ୍ୟ ଚାଷୀମାନେ ମାନି ନ ଥିଲେ। ବ୍ୟାରିକେଡ୍ ଡେଇଁ ଆଗକୁ ଯିବାବେଳେ ପୋଲିସ ଅଟକାଇବାରୁ ମୁହଁାମୁହିଁ ସ୍ଥିତି ଉପୁଜିଥିଲା।
ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ବାର୍ଥରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି। ଏଥର ଓଡ଼ିଶାର ଚାଷୀମାନେ ଜନଆନ୍ଦୋଳନ ଓ ରଣନୀତି ବଦଳାଇବେ। ଚାଷୀମାନେ ଆଉ ଆବେଦନ ଓ ନିବେଦନ ନ କରି ରାଜ୍ୟରେ ନିଜେ ସରକାର ଗଢ଼ିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଏକ କୃଷକ ସରକାର ପ୍ରତିଷ୍ଠା ହେବ। ଭାଜପା, ବିଜେଡି ଆଗାମୀ ଦିନରେ ସରକାର ଗଢ଼ିପାରିବେ ନାହିଁ। ଆମେ ସେଭଳି ନେତୃତ୍ୱ ଓ ମଡେଲ ନେତାଙ୍କ ପାଖରେ ପହଞ୍ଚତ୍ଛୁ, ଯେଉଁମାନେ କି ଚାଷୀଙ୍କ ପାଇଁ ମଡେଲ ଭାବେ କାମ କରିଛନ୍ତି। ଅନ୍ୟପକ୍ଷରେ ଟାଟା ପାୱାର ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଗ୍ରାହକଙ୍କୁ ଶୋଷଣ କରୁଥିବା ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ରାଜ୍ୟର ସଂଗଠିତ ବର୍ଗ ପାଟିତୁଣ୍ଡ କରି ରାଜକୋଷରୁ ଲୁଟ୍ କରୁଛନ୍ତି, ଅଥଚ କୃଷିପ୍ରଧାନ ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଜୀବନ ହାରୁଛିି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ କହିଛନ୍ତି। ସେହିପରି ନିମାଇଁ ରାୟ ଓ ରଶ୍ମିରଞ୍ଜନ ସ୍ବାଇଁ କୃଷି ଭିତ୍ତିଭୂମି, କୃଷିଲୋନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷୀରୋଦ ରାଉତ, ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ଯୁବନେତା ବିଶ୍ୱକେଶରୀ ମହାନ୍ତି, ରଣଜିତ ପଟ୍ଟନାୟକ, ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ମଧୁମିତା ସାମଲ, ତ୍ରିଲୋଚନ ପଣ୍ଡା, ଦୀନେଶ ଦାସ, ଅଶ୍ୱିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”