BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏକାଠି ହେଲେ ୩୦ କୃଷକ ସ°ଗଠନ

ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଶନିବାର ଦେଶର ପାୟ ୩୨ କୃଷକ ସଙ୍ଗଠନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଆଗକୁ ଥିବା ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧନ ଦେବା ଅବସରରେ ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ଘରକୁ ଫେରିଯିବାକୁ ମୋଦି ନିବେଦନ କରିବା ସହ ନିଜ କ୍ଷେତ ଓ ପରିବାରକୁ ପୁଣି ଫେରିଯିବାକୁ ଅନୁରୋଧ କରିଥିଲେ । ଏହାସହ ଆସନ୍ତା ମାସରେ ସଂସଦର ଶୀତକାଳୀନ ଅଧିବେଶନରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାର ପ୍ରକ୍ରିୟା ପୁରଣ କରାଯିବ ବୋଲି ସେ କହିଥିଲେ । ମୋଦିଙ୍କ ଏହି ନିଷ୍ପତ୍ତିକୁ କିଛି କୃଷକ ସଙ୍ଗଠନ ସ୍ୱାଗତ କରିଥିବା ବେଳେ କୃଷକ ସଂଯୁକ୍ତ ମୋର୍ଚ୍ଚା ଆନ୍ଦୋଳନ ଶେଷ ନ କରିବା କଥା କହିଥିଲା । କୃଷକ ନେତା ରାକେଶ ଟିକାଏତ କହିଥିଲେ ତୁରନ୍ତ ଆନ୍ଦୋଳନ ଶେଷ ହେବ ନାହିଁ । ସଂସଦରେ ପ୍ରତ୍ୟାହର ପ୍ରକ୍ରିୟା ଆରମ୍ଭ ହେଲେ ଯାଇ ଆନ୍ଦୋଳନ ଶେଷ ହେବ ।