BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କାରଖାନା ଅଗ୍ନୀ ସୁରକ୍ଷା ଅଧିକାରୀଙ୍କ ତାଲିମ କର୍ମଶାଳା

ଭୁବନେଶ୍ବର : ଶିଳ୍ପାୟନରେ ଅଗ୍ନୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ କାରଖାନାମାନଙ୍କରେ ନିଯୁକ୍ତ ଅଗ୍ନୀ  ସୁରକ୍ଷା ଅଧିକାରୀ ମାନଙ୍କର ପାରିଦର୍ଶିତା ବୃଦ୍ଧି  ନିମନ୍ତେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ  ଭୁବନେଶ୍ବର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୁଲ୍ୟରେ ସଂସ୍ଥାନ ସମ୍ମିଳନୀ କକ୍ଷରେ  ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାକୁ  ମୁଖ୍ୟ ଅତିଥି  ସରକାରଙ୍କ  ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ନିତି ରଞ୍ଜନ ସେନ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ। ଅଗ୍ନୀ ସୁରକ୍ଷା ଅଧିକାରୀମାନେ ସଚେତନ ଏବଂ ଦାୟିତ୍ୱବାନ ହେଲେ ଅଗ୍ନି ଜନିତ କ୍ଷୟକ୍ଷତିକୁ ଏଡ଼ାଇବା ସହିତ ବହୁ ଧନଜୀବନକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ମୁଖ୍ୟଅତିଥି ତାଙ୍କ ଉଦ୍ବୋଧନରେ ପ୍ରକାଶ କରିଥିଲେ।

କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ  ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ସମ୍ମାନିତ ଅତିଥି  ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ। କାରଖାନା ପରିସରରେ ଅଗ୍ନୀ ପ୍ରବଣ ସ୍ଥାନ ଚିହ୍ନଟ  ଏବଂ ଏହାର  ବର୍ଗୀକରଣକୁ ପ୍ରାଥମିକତା ଦେବା ସହିତ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କିମ୍ବା  ବ୍ୟବସ୍ଥାରେ ଅଭିବୃଦ୍ଧିର ଆବଶ୍ୟକତା ଉପରେ ଏକ ସ୍ପଷ୍ଟ ବିଚାର ରଖିବା ଏବଂ ଏହା ଶୀଘ୍ର କାର୍ଯ୍ୟକାରୀ ହୋଇ ପାରିଲେ ରାଜ୍ୟରେ ଶୂନ୍ୟ ଦୁର୍ଘଟଣା ନୀତି ର ପରିପାଲନ ସମ୍ଭବ ହେବାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଡଃ ପ୍ରଧାନ ପ୍ରକାଶ କରିଥିଲେ।

ସଫଳ ଭାବେ ତାଲିମ କାର୍ଯ୍ୟକ୍ରମ ସମାପନ ଅପରାହ୍ଣରେ ୮୧ ଜଣ ଶ୍ରମ ଅଗ୍ନୀ ସୁରକ୍ଷା ଅଧିକାରୀଙ୍କୁ  ପ୍ରତିଷ୍ଠାନ ପକ୍ଷରୁ ମୁଖ୍ଯଅତିଥି ଶ୍ରୀଯୁକ୍ତ ସେନ୍  ପ୍ରମାଣପତ୍ର ବଣ୍ଟନ କରିଥିଲେ।