BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଫେବୃଆରୀ ୧୫ରୁ ସବିଏସଇ ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହେବ। ଏ ନେଇ ଗୁରୁବାର ସିବିଏସ୍‌ଇ ପକ୍ଷରୁ ଏକ ସର୍କୁଲାର ଜାରି ହେବା ସହିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

ଦଶମ ପରୀକ୍ଷା ଫେବୃୟାାରୀ ୧୫ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ। ପରୀକ୍ଷା ପାଇଁ ଆଡ଼ମିଟ୍‌ କାର୍ଡ ଜାନୁୟାରୀ ମାସରେ ଉପଲବ୍ଧ ହେବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ। ତେବେ କିଛି ପରୀକ୍ଷା ଅପରାହ୍ନ ସାଢ଼େ ୧୨ଟାରେ ସରିବାକୁ ଥିବା ବେଳେ ଆଉ କିଛି ବିଷୟ ପରୀକ୍ଷା ଅପରାହ୍ନ ସାଢ଼େ ୧ଟାରେ ଶେଷ ହେବ। ପରୀକ୍ଷା ପ୍ରଶ୍ନପତ୍ର ପଢ଼ିବା ପାଇଁ ଉଭୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ରେ ସରିବ। ସେହିପରି ୧୫ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। ସବିଶେଷ ପରୀକ୍ଷାସୂଚୀ ବୋର୍ଡର ଓ୍ବେବସାଇଟ୍‌ cbse.nic.in ରେ ଉପଲବ୍ଧ ରହିଛି।