BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏହି ରାଜ୍ୟରେ ହେବ ଦ୍ବାଦଶ ପରୀକ୍ଷା। ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ରାୟପୁର,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାରୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଛତିଶଗଡ଼ ବୋର୍ଡ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଘରେ ରହି ପରୀକ୍ଷା ଦେବା ନେଇ ଘୋଷଣା କରାଯାଇଛି। ଓପନ ବୁକ୍‌ ପଦ୍ଧତିରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଜୁନ୍‌ ୧ଠାରୁ ପ୍ରଶ୍ନପତ୍ର ବଣ୍ଟାଯିବ। ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଜୁନ୍‌ ୧ରୁ ୫ ମଧ୍ୟରେ ପ୍ରଶ୍ନ ପତ୍ର ନେଇ ପାରିବେ। ପରବର୍ତ୍ତୀ ୫ ଦିନ ମଧ୍ୟରେ ଅର୍ଥାତ୍‌ ଜୁନ୍‌ ୧୦ ମଧ୍ୟରେ ଉତ୍ତର ଖାତା ଦାଖଲ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ର ନିଜେ ଯାଇ ପ୍ରଶ୍ନପତ୍ର ଆଣିବେ ଏବଂ ଉତ୍ତର ଖାତା ମଧ୍ୟ ଦାଖଲ କରିବେ। ଏକ ରେଜିଷ୍ଟରରେ ଛାତ୍ରୀଛାତ୍ରଙ୍କୁ ଦସ୍ତଖତ କରିବାକୁ ପଡ଼ିବ। ଏହାଦ୍ୱାରା ପ୍ରମାଣ ରହିବ ଯେ, ଛାତ୍ରୀଛାତ୍ର ନିଜେ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରଶ୍ନ ପତ୍ର ନେଇଛନ୍ତି ଏବଂ ଉତ୍ତର ଖାତା ଜମା କରିଛନ୍ତି। ପୋଷ୍ଟରେ ପଠାଯାଇଥିବା ଉତ୍ତର ଖାତାକୁ ଗ୍ରହଣ କରାଯିବ ନାହିଁ। ଚଳିତ ବର୍ଷ ଛତିଶଗଡ଼ର ୨ ଲକ୍ଷ ୯୦ ହଜାର ଛାତ୍ରୀଛାତ୍ର ଓପନ ବୁକ୍‌ ପଦ୍ଧତିରେ ପରୀକ୍ଷରା ଦେବେ।