BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜମ୍ମୁ କାଶ୍ମୀର ପୁଲୱାମାରେ ହେଲା ଏନକାଉଣ୍ଟର, ୪୮ ଘଣ୍ଟା ମଧ୍ୟରେ ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କାଶ୍ମୀରରେ ୪୮ ଘଣ୍ଟା ମଧ୍ୟରେ ୨ୟ ଏନ୍‌କାଉଣ୍ଡରା ପୂର୍ବରୁ ସୋପିଆନ୍ ଏନ୍‌କାଉଣ୍ଟରରେ ୩ ଆତଙ୍କୀ ନିହତ ହୋଇଛନ୍ତି।

ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଏନ୍‌କାଉଣ୍ଟର୍‌ ବୋଲି ଜଣାପଡିଛି। ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସ‌ହ ଗୁଳି ବିନିମୟରେ ଏହା କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ଵିତୀୟ ଏନକାଉଣ୍ଟର।

ସୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ହତ୍ୟା କରିବାର ଦୁଇ ଦିନ ପରେ ଏହି ଏନ୍‌କାଉଣ୍ଟର୍ ଘଟିଛି। ମଙ୍ଗଳବାର ନିହତ ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ନିହତ ଆତଙ୍କବାଦୀଙ୍କୁ ସୋପିଆନର ବାସିନ୍ଦା ଶାହିଦ କୁଟ୍ଟାୟ ଏବଂ ଅଦନାନ ଶାଫି ବୋଲି ଚିହ୍ନଟ କରାଯାଇଛି।