BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟ୍ରେନ ଧକ୍କାରେ ୨ ହାତୀ ମୃତ।

ରାଉରକେଲା,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ହାଓଡ଼ା-ମୁମ୍ବାଇ ରେଳପଥର ଭାଲୁଲତା ଓ ଜରେଇକେଲା ରେଳଷ୍ଟେଶନ ମଝି ମହିପାଣି ନିକଟରେ ହାତୀପଲ ରେଳଧାରଣା ପାରି ହେଉଥିବା ବେଳେ ଏହି ଘଟଣା ଘଟିଛି। ଖବରପାଇ ବିଶ୍ରା ବନ ବିଭାଗ ଅଧିକାରୀ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ହାତୀ ଦୁଇଟିର ମୃତ ଶରୀରକୁ ରେଳଧାରଣାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।
ରାତି ପ୍ରାୟ ଗୋଟାଏ ସମୟରେ ହାତୀପଲ ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ପାର୍ସଲ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ସବୁ ହାତୀ ରେଳଧାରଣା ଅତିକ୍ରମ କରିଯାଇଥିବା ବେଳେ ପଛରେ ରହିଯାଇଥିବା ଏହି ୨ ହାତୀକୁ ଟ୍ରେନ୍‌ ଧକ୍କା ଦେଇଥିଲା। ଫଳରେ ହାତୀ ୨ଟିି ରେଳଧାରଣା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହାତୀ ଦୁଇଟିର ମୃତ୍ୟୁ ଘଟିଥିଲା। ଘଟଣାପରେ ସ୍ଥାନୀୟ ରେଳ କର୍ମଚାରୀ ବନବିଭାଗ ଓ ବନ୍ଧମୁଣ୍ଡା ରେଳବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ବିଶ୍ରା ରେଞ୍ଜର ଦିଲୀପ ସାହୁ, ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଭଞ୍ଜ କିଶୋର ସ୍ବାଇଁ, ପାନପୋଷ ବନ ବିଭାଗ ଅଧିକାରୀ ଦୁର୍ଯ୍ୟୟ ସାହୁ, ମାଣିକେଶ୍ୱର ହାସଁଦା, ଟଙ୍କଧର ବେହେରାଙ୍କ ସହ ବନ୍ଧମୁଣ୍ଡା ରେଳବିଭାଗ ଏଆରଏମ୍‌ ନିଶାନ୍ତ କୁମାର ଓ ବହୁ ରେଳ କର୍ମଚାରୀ ଉପସ୍ଥିତ ଥିଲେ।
ଧକ୍କା ଦେଇଥିବା ପାର୍ସଲ ଟ୍ରେନ୍‌ ଝାରସୁଗୁଡ଼ାରୁ ଚକ୍ରଧରପୁର ଆଡ଼କୁ ଯାଉଥିଲା। ମହିପାଣି ଅଞ୍ଚଳରେ ଏଭଳି ହାତୀ ଦୁଇଟିର ମୃତ୍ୟୁଘଟଣା ପ୍ରଥମ ବୋଲି କୁହାଯାଉଛି। ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସମୟରେ ଉକ୍ତ ରେଳଧାରଣା ଦେଇ ହାତୀପଲ ଯାତାୟାତ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ରେଳବିଭାଗ ପକ୍ଷରୁ ଅଣ୍ଡରପାସ ରାସ୍ତା ପାଇଁ ଦାବି କରିଥିଲେ। ଏଠାରେ ହାତୀପଲର ଗତିବିଧିକୁ ବନ କର୍ମଚାରୀମାନେ ଅନୁସରଣ କରିଥାଆନ୍ତି। କିନ୍ତୁ ବୁଧବାର ବିଳମ୍ବିତ ରାତି ହୋଇ ଯାଇଥିବାରୁ ହଠାତ୍‌ ୧୫ଟି ହାତୀପଲ ରେଳପଥ ଅତିକ୍ରମ କରିବା ସମୟରେ ଏଭଳି ଅଘଟଣ ଘଟିଛି। ଯାହା ଦୁଃଖଦ ଘଟଣା ବୋଲି ବନ୍ଧମୁଣ୍ଡା ରେଲୱେ ଏଆରଏମ୍‌ ନିଶାନ୍ତ କୁମାର କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ୨୦୧୫ରେ କେ.ବଲାଙ୍ଗ ଅଞ୍ଚଳରେ ଗୋଟିଏ ହାତୀକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ୨୦୧୮ରେ ରେଳ ବିଭାଗ ପକ୍ଷରୁ କେବୁଲ କାମ ଚାଲିଥିବାବେଳେ ଏକ ହାତୀ ଶାବକ ଖାଲରେ ପଡ଼ି ମୃତ୍ୟୁବରଣ କରିଥିଲା।