BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଦ୍ୟୁତ କଟ୍ ହେଉନାହିଁ, ଟ୍ରିପ୍ ହେଉଛି! ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉନି। ଓଭରଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍‌ କରିଯାଉଛି। ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣର ଅଭାବ ନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ସୋମବାର କହିଛନ୍ତି। ପିକ୍‌ ପିରିୟଡରେ ରାଜ୍ୟରେ ୫,୬୦୦ ମେଗାୱାଟ ବିଜୁଳିର ଆବଶ୍ୟକତା ରହୁଛି। ଗତ ବର୍ଷ ଏହା ୫,୫୦୦ ମେଗାୱାଟ ରହିଥିଲା। ଅନେକ ଜାଗାରେ ଓଭରଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍‌ ହୋଇଯାଉଛି। ବିଶେଷକରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ ଟ୍ରିପ୍‌ ସଜାଡ଼ିବା ପାଇଁ ୩ରୁ ୪ ଘଣ୍ଟା ଲାଗୁଛି। ଗାଁ ଗହଳିରେ ଏହି ସମୟ ଆଉ ଟିକିଏ ଅଧିକ ନେଉଛି। କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯିବ ସେ ନେଇ ସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଯେଉଁଠି ଲାଇନ କଟିଯାଇଛି, ତା’ର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡ଼ିଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉନାହାନ୍ତି ସେଥିପାଇଁ ୨ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି ମନ୍ତ୍ରୀ କହିଛନ୍ତି। ଲୋ ଭୋଲଟେଜ କାରଣ ବୈଷୟିକ ତ୍ରୁଟି। ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫର୍ମର କାପାସିଟି ଓଭରଲୋଡ ଅଛି, ସେଠି ଲୋ ଭୋଲ୍‌ଟେଜ ହେଉଛି। ଏହାର ପ୍ରତିକାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଦେବ କରିଛନ୍ତି।