BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“୧୯୫୦” ଭୋଟର ହେଲ୍ପଲାଇନ୍ ଏବଂ ‘ବୁକ୍-ଏ-କଲ୍ ୱିଥ ବି.ଏଲ.ଓ’ ସେବାର ସୁଯୋଗ ନେବା ପାଇଁ ମତଦାତାଙ୍କୁ ଆୟୋଗର ପରାମର୍ଶ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ECI) ନାଗରିକମାନଙ୍କର ନିର୍ବାଚନ, ନୂଆ ଭୋଟର ପଞ୍ଜିକରଣ ଓ ଏହି ଭଳି ଅନ୍ୟାନ୍ୟ ପ୍ରଶ୍ନ / ଅଭିଯୋଗର ସମାଧାନ କରିବା ଲକ୍ଷ୍ୟରେ ଜାତୀୟ ଭୋଟର ହେଲ୍ପଲାଇନ୍ ଏବଂ ସମସ୍ତ ୩୬ଟି ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ହେଲ୍ପଲାଇନକୁ ସକ୍ରିୟ କରିଛନ୍ତି ।

ଜାତୀୟ ଯୋଗାଯୋଗ କେନ୍ଦ୍ର (NCC) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ରୀୟ ହେଲ୍ପଲାଇନ୍ ଭାବରେ କାର୍ଯ୍ୟ କରିବ । ପ୍ରତିଦିନ ସକାଳ ୮:୦୦ ରୁ ରାତି ୮:୦୦ ପର୍ଯ୍ୟନ୍ତ ଟୋଲ୍-ଫ୍ରି ନମ୍ବର ୧୮୦୦-୧୧-୧୯୫୦ ମାଧ୍ୟମରେ ନାଗରିକମାନେ ନିଜର ପ୍ରଶ୍ନ ଓ ଅଭିଯୋଗ ଦାଖଲ କରିପାରିବେ । କଲ୍ ଗୁଡ଼ିକ ପ୍ରଶିକ୍ଷିତ କାର୍ଯ୍ୟନିର୍ବାହୀମାନଙ୍କ ଦ୍ୱାରା ପରିଚାଳନା କରାଯିବ। ସେମାନେ ନାଗରିକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ନିର୍ବାଚନୀ ସେବା ଏବଂ ପ୍ରଶ୍ନରର ସମାଧାନ ପାଇବାରେ ସହାୟତା କରିବେ ।

ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ପ୍ରତ୍ୟେକ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲାକୁ ଯଥାକ୍ରମେ ନିଜସ୍ୱ ରାଜ୍ୟ ଯୋଗାଯୋଗ କେନ୍ଦ୍ର (SCC) ଏବଂ ଜିଲ୍ଲା ଯୋଗାଯୋଗ କେନ୍ଦ୍ର (DCC) ସ୍ଥାପନ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହି କେନ୍ଦ୍ରଗୁଡ଼ିକ ବର୍ଷସାରା ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟକ୍ଷମ ହେବା ସହିତ ଆଞ୍ଚଳିକ ଭାଷାରେ ସମସ୍ତ ସହାୟତା ବା ଉତ୍ତର ପ୍ରଦାନ କରାଯିବ ।

ସମସ୍ତ ଅଭିଯୋଗ ଏବଂ ପ୍ରଶ୍ନ ଜାତୀୟ ଅଭିଯୋଗ ସେବା ପୋର୍ଟାଲ୍ (NGSP 2.0) ମାଧ୍ୟମରେ ରେକର୍ଡ ଏବଂ ଟ୍ରାକ୍ କରାଯିବ ।

ଏହା ସହିତ, ନିର୍ବାଚନ ଆୟୋଗ ‘ବୁକ୍-ଏ-କଲ୍ ୱିଥ ବି.ଏଲ.ଓ’ ସୁବିଧା ମଧ୍ୟ ଆରମ୍ଭ କରିଛି ଯାହା ବ୍ୟବହାର କରି ନାଗରିକମାନେ ଇ.ସି.ଆଇ.ନେଟˎ (ECINET) ପ୍ଲାଟଫର୍ମରେ ଉପଲବ୍ଧ ବୈଶିଷ୍ଟ୍ୟ ମାଧ୍ୟମରେ ସିଧାସଳଖ ସେମାନଙ୍କ ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ସହିତ ଯୋଗାଯୋଗ କରିପାରିବେ।

ନାଗରିକମାନେ ଇ.ସି.ଆଇ.ନେଟˎ ଆପ୍ ବ୍ୟବହାର କରି ନିର୍ବାଚନ ଅଧିକାରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ନିର୍ବାଚନ ଆୟୋଗ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ମାନଙ୍କୁ ନିୟମିତ ଭାବରେ ଅଗ୍ରଗତି ତଦାରଖ କରିବାକୁ ଏବଂ ୪୮ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କ ପ୍ରଶ୍ନ ଓ ଅଭିଯୋଗ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି।

ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ପ୍ରଚଳିତ ବ୍ୟବସ୍ଥା ସହିତ ଏହା ଏକ ଅତିରିକ୍ତ ସୁବିଧା । ନାଗରିକମାନେ complaints@eci.gov.in କୁ ଇ-ମେଲ୍ ମଧ୍ୟ ପଠାଇପାରିବେ ।

ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ, ସେମାନଙ୍କ ନିର୍ବାଚନୀ ପ୍ରଶ୍ନର ତୁରନ୍ତ ଏବଂ ସିଧା-ସଳଖ ସମାଧାନ ପାଇଁ ‘ ବୁକ୍-ଏ-କଲ୍ ୱିଥ ବି.ଏଲ.ଓ ‘ ଏବଂ ସମର୍ପିତ ଭୋଟର ହେଲ୍ପଲାଇନ୍ ନମ୍ବର – ୧୯୫୦ ସୁବିଧା ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିଆସିଛି ।