BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମେ ୧୨ ରୁ ୧୫ ଭିତରେ ହୋଇପାରେ ପିପିଲି ନିର୍ବାଚନ।

ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆସନ୍ତା ୧୭ରେ ନିର୍ବାଚନ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ନିୟମାନୁଯାୟୀ, ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଭୋଟଗ୍ରହଣ ସ୍ଥଗିତ ରଖିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ।ଅନ୍ୟପକ୍ଷରେ ଜନପ୍ରତିନିଧି ଆଇନ-୧୯୫୨ର ଉପଧାରା-୧ ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳର ଆଉ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରିବେ। ପୂର୍ବ ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ ସବୁ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯାଇଥିବା, ନୂଆ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯିବ। ତେବେ ଏହି ବ୍ୟବସ୍ଥା ଅନୁଯାୟୀ ପିପିଲି ଉପନିର୍ବାଚନ ଆସନ୍ତା ମେ’ ମାସ ୧୨ରୁ ୧୫ ମଧ୍ୟରେ ହେବାର ସମ୍ଭାବନା ରହିଛି।