BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ।

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୭ ଦିନ ବାକି। ଇତିମଧ୍ୟରେ ପିପିଲି ବ୍ଲକ ଓ ଏନ୍‍ଏସିର ୩୬୧ ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତି ପୋଷ୍ଟାଲ ବାଲଟ ମାଧ୍ୟମରେ ଘରେ ମତଦାନ କରିଛନ୍ତି। ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ଏନ୍‍ଏସିରେ ଏହି ବର୍ଗରେ ଥିବା ୩୬୫ଜଣ ଭୋଟର ପୋଷ୍ଟାଲ ବାଲଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିଲେ। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୬ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ୩ଟି ପୁଲିଂ ଟିମ୍‍ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇଥିଲେ। ପୋଷ୍ଟାଲ ବାଲଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିବା ୨୯୫ ଜଣ ବୟସ୍କ ଭୋଟର ମଧ୍ୟରୁ ୨୯୧ ବୟସ୍କ ଭୋଟର ଓ ସମସ୍ତ ୭୦ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି।
୩ଜଣ ବୟସ୍କ ଭୋଟରଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଛି। ଜଣେ ବୟସ୍କ ଭୋଟର ଅନୁପସ୍ଥିତ ଥିବା ସଂପର୍କରେ ଜିପିଇଓ ଗାୟତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଡିଓ ରଶ୍ମିତା ନାଥଙ୍କ ସମେତ ପ୍ରତ୍ୟେକ ଅଞ୍ଚଳର ସେକ୍ଟର ଅଫିସର, ବିଏଲ୍‍ଓଙ୍କ ଉପସ୍ଥିତିରେ ଏହି ମତଦାନ କରାଯାଇଥିଲା। ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ଜିପିଇଓ ଶ୍ରୀମତୀ ପଣ୍ଡା, ସେକ୍ଟର ଅଫିସର ହରିଶ୍ଚନ୍ଦ୍ର ପତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।