BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ ବିଶେଷ ଧରଣର ହିଂସାକାଣ୍ଡ ନେଇ ସୂଚନା ମିଳି ନ ଥିଲେ ହେଁ ବିଭିନ୍ନ କାରଣରୁ ୪ରୁ ୫ଟି ସ୍ଥାନରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମାଓବାଦୀପ୍ରବଣ ନିୟମଗିରିର ତ୍ରିଲୋଚନପୁରରେ ୮୦% ମତଦାନ ହୋଇଥିବା ବେଳେ ନଗଡ଼ାରେ ୮୩% ମତଦାନ ହୋଇଛି। ସେଠାରେ ୨୦ ବର୍ଷ ପରେ ଭୋଟ ପଡ଼ିଛି। ଭୋଟଦାନ ପ୍ରଭାବିତ ହୋଇଥିବା ଅଞ୍ଚଳର ଜିଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ। ବାଲାଟ ପେପରରେ ତ୍ରୁଟି ଯୋଗୁ କେନ୍ଦ୍ରାପଡ଼ା ଏବଂ ଯାଜପୁରର ୨ ସ୍ଥାନରେ ଭୋଟ ଗ୍ରହଣ ବାତିଲ କରାଯାଇଛି।