BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୌର ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ସଜବାଜ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା
ପ୍ରକାଶ ପାଇଛି ।

ଭୁବନେଶ୍ୱର ମହାନଗର ନିଗମ ପାଇଁ ୬୭ ଓ୍ୱାର୍ଡ ରହିବ । ସେହିପରି କଟକ ମହାନଗର ନିଗମର ଓ୍ୱାର୍ଡ ସଂଖ୍ୟା ୫୯ ଓ ବ୍ରହ୍ମପୁରରେ ୪୨ ଓ୍ୱାର୍ଡରେ ହେବ ନିର୍ବାଚନ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ନଗର ଉନ୍ନୟନ ବିଭାଗ ।

ଏଥିସହ ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ । କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ଥିବା ବେଳେ ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିବ ।

ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଚୂଡ଼ାନ୍ତ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସହରାଞ୍ଚଳ ନିର୍ବାଚନ ତାତି ଜୋର ଧରିଛି । ପଞ୍ଚାୟତ ଭୋଟ୍ ପରେ ପୌର ନିର୍ବାଚନ ହେବ । ଏଦିଗରେ ସରକାର ଆଉ ପାଦେ ଆଗେଇଛନ୍ତି ।