BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନିର୍ବାଚନରେ ଛୋଟ ରାଲିକୁ ହଁ , ବଡ ରାଲି, ରୋଡଶୋକୁ ନା

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍‌ ଶୋ’ ଉପରେ ରୋକ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ରାଲି ଏବଂ ରୋଡ ଶୋ’ ଉପରେ ରୋକ ଲାଗୁ କରାଯାଇଥିଲା। ଏହାପରେ ଆୟୋଗ ପକ୍ଷରୁ ବୈଠକ ପରେ ରୋକ ଅବଧିରେ ପୁଣି ୭ ଦିନ ବୃଦ୍ଧି କରାଯାଇ ଏହାକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏବେ ପୁଣି ଏହାକୁ ବଢ଼ାଇ ଦିଆଯାଇଛି।

ଜାନୁୟାରୀ ୨୮ରୁ ପ୍ରଚାର କଟକଣାରେ କିଛି କୋହଳ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି। ଛୋଟ ଏବଂ ଇନଡୋର ରାଲି ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି।

ଏହା ସହିତ ଘର ଘର ବୁଲି ପ୍ରଚାରକୁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ପ୍ରଚାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ବିନା ରାଲିରେ କିଭଳି ନିର୍ବାଚନ ପ୍ରଚାର କରାଯିବ ସେ ନେଇ ରାଜନୈତିକ ଦଳ ମଧ୍ୟରେ ଭାଳେଣି ପଡ଼ିଛି।