BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିସ୍ଥାପିତ ଛାତ୍ରଛାତ୍ରୀଙ୍କୁ ମିଳିବ ସୁବିଧା ସୁଯୋଗ।

ନୂଆଦିଲ୍ଲୀ,(ବ୍ୟୁରୋ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିସ୍ଥାପିତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା, ଆଡ୍‍ମିଶନ କରାଇବା ଏବଂ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ଜାରି ରଖିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ କହିଛି, କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବାଦ୍‍ ପଡିଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ। ଫଳରେ ବିଦ୍ୟାଳୟରୁ କମ୍‍ ଉପସ୍ଥାନ ହ୍ରାସ ପାଇବା ସହ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ।

ଏହି ନିର୍ଦ୍ଦେଶାବଳୀରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ, ସ୍ଥାନୀୟ ଶିକ୍ଷକ ଏବଂ ଗୋଷ୍ଠୀ ଯୋଗଦାନ ମାଧ୍ୟମରେ ଚିହ୍ନଟ କରାଯାଇ ଆବଶ୍ୟକୀୟ ଶିକ୍ଷାଦାନ ପ୍ରକ୍ରିୟା ଗ୍ରହଣ କରାଯିବ। ଏହି ବର୍ଗରେ ଘରକୁ ଘର ଯାଇ ୬ରୁ ୧୮ବର୍ଷ ବୟସ ମଧ୍ୟରେ ଶିକ୍ଷାଦାନରୁ ବାଦ୍‍ ପଡିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ସହ ସେମାନଙ୍କ ଶିକ୍ଷାଦାନ ପାଇଁ ପଞ୍ଜୀକରଣ କରାଯିବ।