BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାସିପିଠା ଉଚ୍ଚ ବିଦ୍ୟାଳୟର ପୂରାତନ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳନ ସମାରୋହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜର ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ସମାରୋହ ଗତ ରବିବାର ଦିନ ମାଷ୍ଟର କାଣ୍ଟିନ, ଭୁବନେଶ୍ୱର ସ୍ଥିତ କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହେଇଥିଲା ‌ । ଏଥିରେ ୧୯୭୪ ମସିହା ଠାରୁ ୨୦୧୮ ମସିହା ଯାଏଁ ପାଠ ପଢି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେଇଥିବା ଛାତ୍ରଛାତ୍ରୀ ଆଉ ସେଇ ସମୟରେ ପଢାଇଥିବା ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଆୟୋଜନ ସମିତିର ସଭାପତି, ଓଡ଼ିଶା ମାଇନିଂ କର୍ପୋରେସନର ବରିଷ୍ଠ ପରିଚାଳକ ସାଧୁ ପୂର୍ତ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଲକ୍ଷ୍ମୀଧର ସିଂ ଓ ଶଙ୍କର୍ଷଣ ମାରାଣ୍ଡି ସଭା ପରିଚାଳନା କରିଥିଲେ। ଏଥିରେ ବ୍ରଜ ମୋହନ ରାଉତ, ଭଗବାନ ସାହୁ୍, ପ୍ରାଣବନ୍ଧୁ ଦାସ, ସୁଶାନ୍ତ କୁମାର ଦାସ, ପ୍ରୀତିମୟୀ ପଟ୍ଟନାୟକ ଆଦି ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟରେ ବିତାଇ ଥିବା ସ୍ମୃତି ଚାରଣ କରିଥିଲେ। ଆସନ୍ତା ବର୍ଷ ବିଦ୍ୟାଳୟକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ‌।

ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସୁନିଲ ସିଂ, ବୁଧିରାମ ସିଂ, ସନ୍ତୋଷ ବଡନାୟକ, ଦୀପକ ସାହୁ, ଅଶୋକ ନାଏକ, ସାଧୁ ପୂର୍ତ୍ତି, ଲକ୍ଷ୍ମୀଧର ସିଂ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।