BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ରାଜ୍ୟର ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୨-୨୦୨୩ ଶିକ୍ଷାବର୍ଷ ପାଇଁ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମ ସମେତ ସମସ୍ତ ସେଲ୍ଫ ଫାଇନାନ୍ସିଂ(ଡିଗ୍ରୀ) ଓ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ଷ୍ଟୁଡେଣ୍ଟ ଆକାଡେମିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ସାମ୍ସ) ପୋର୍ଟାଲ ଜରିଆରେ ଇ-ନାମଲେଖା ହେବ। ସାମ୍ସ ଓଡ଼ିଶା ୱେବ୍‌ସାଇଟ୍‌ରେ ଏଥିପାଇଁ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଆସନ୍ତା ୧୧ତାରିଖରୁ ଉପଲବ୍ଧ ହେବ। ୨୫ ଅଗଷ୍ଟ ଆବେଦନର ଶେଷ ତାରିଖ ରଖାଯାଇଛି। ତେବେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଅଗଷ୍ଟ ୩୧ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଅନ୍‌ଲାଇନ୍ ଡାଟା ଅପ୍‌ଡେସନ୍‌ ଆସନ୍ତା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ସରିବ। ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇ ପରଦିନ ଅର୍ଥାତ୍ ୧୨ରୁ ୧୪ ତାରିଖ ମଧ୍ୟରେ ନାମଲେଖା ହେବ। ବିଭିନ୍ନ ବିଷୟରେ କେତେ ସିଟ୍‌ ଖାଲି ପଡିଛି ସେ ସଂପର୍କରେ ସଂପୂର୍ଣ୍ଣ ଯାଞ୍ଚ ତଥ୍ୟ ସେପ୍ଟେମ୍ବର ୧୬ରୁ ୧୭ ତାରିଖରେ ସାମ୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ସ୍ପଟ୍‌ ନାମଲେଖାଇବାକୁ ଥିବା ଆବେଦନକାରୀ ସେପ୍ଟେମ୍ବର ୧୯ରେ ଏଥିପାଇଁ ଲଗ୍ଇନ୍‌ କରିବେ। ସେପ୍ଟେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ଖାଲିଥିବା ଆସନ ପାଇଁ ସ୍ପଟ୍‌ ନାମଲେଖା ଓ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ବିଜ୍ଞପ୍ତିରୁ ପ୍ରକାଶ।