BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିଠାରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୪(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା(ସମେଟିଭ ଆସେସମେଣ୍ଟ-୨) ଆରମ୍ଭ ହେବ। ୩ ହଜାର ୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିରୁ ୨୧୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୯,୩୭୮ ଜଣ ଛାତ୍ରୀଛାତ୍ର ଥିବାବେଳେ ୧୨୨ କେନ୍ଦ୍ରରେ ମଧ୍ୟମାର ୪,୪୪୩ ଜଣ ପିଲା ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ଲାଗି ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ଅଞ୍ଚଳରେ ୨୧ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେଶନରେ ହୋଇଛି। କପି ରୋକିବା ପାଇଁ ୬୫ଟି ଫ୍ଲାଇଂସ୍କ୍ବାର୍ଡ ରହିବେ। ପ୍ରବଳ ଖରା ହେଉଥିବାରୁ ଏଥର ଦ୍ୱିତୀୟ ସିଟିଂ ପରୀକ୍ଷା ବାତିଲ କରାଯାଇଛି। ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଂ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥର ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ ହୋଇଥିବା ବେଳେ କପି ରୋକିବା ପାଇଁ ମୋଟ ୪ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୬୫ଟି ଫ୍ଲାଇଂ ସ୍କ୍ବାର୍ଡ, ବୋର୍ଡର ସ୍ବତନ୍ତ୍ର ୩୮ଟି ସ୍କ୍ବାର୍ଡ କରାଯାଇଛି। ଏଥର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ସ୍କୁଲ ପରିଦର୍ଶନରେ ଯିବେ। କୋଭିଡ କଟକଣା ପାଳନ ସହ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡିକରେ ଅନବରତ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ଓଆର୍‌ଏସ ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ରଖିବା ଲାଗି କୁହାଯାଇଚି। ଏହାସହ ପରୀକ୍ଷା ସମୟରେ ବିଦ୍ୟୁତ୍‌ କାଟ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୩୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷୟତ୍ରୀ,ଶିକ୍ଷକ ପରୀକ୍ଷା ପରିଚାଳନା କରିବେ ବୋଲି ସୂଚନା ଦିଆଯାଇଛି।