BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନିଟ ପିଜି ପରୀକ୍ଷା ବନ୍ଦ ହେଲା

ନୂଆଦିଲ୍ଲୀ,୪।୨: ନିଟ୍‌ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରାବର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌ ପିଜି ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଛି। ଖୁବ୍‌ଶୀଘ୍ର ପରୀକ୍ଷା ନୂଆ ତାରିଖ ପ୍ରକାଶ ପାଇବ। ଏହି ପରୀକ୍ଷା ମାର୍ଚ୍ଚ ୧୨ରେ ହେବାର ଥିଲା।
ଆଜି ନିଟ୍‌ ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଏହି ଆବେଦନ ଶୁଣାଣି କରିବେ। ଆବେଦନକାରୀମାନେ ମେଡିକାଲ ଇଣ୍ଟର୍ନସିପ ବିଷୟରେ ଉଲ୍ଲେଖ କରିଥିଲେ। ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ ସମାପ୍ତ କରିନାହାଁନ୍ତି। ସମସ୍ତ ସିଟ ଏକାସାଙ୍ଗରେ ଦୁଇଟି ବ୍ୟାଚ୍‌କୁ କିପରି ଯୋଗାଇ ଦିଆଯାଇପାରିବ। ସେଥିପାଇଁ ମାର୍ଚ୍ଚ ୧୨ ରେ ପରୀକ୍ଷା କରିବା ଠିକ ନୁହେଁ।
ସୂଚନାଯୋଗ୍ୟ, ଏକ ଦୀର୍ଘ ଆନ୍ଦୋଳନ ଏବଂ ପ୍ରଦର୍ଶନ ପରେ, ନିଟ୍‌ ପିଜିର କାଉନସେଲିଂ ଆରମ୍ଭ ହୋଇଥିଲା। ଏହା ଗତ ବର୍ଷର ଛାତ୍ରୀଛାତ୍ରମାନଙ୍କ କାଉନସେଲିଂ। ଏହାକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ,ଛାତ୍ରୀଛାତ୍ରମାନେ ଧର୍ମଘଟ କରି ପଦଯାତ୍ରା କରିଥିଲେ। ଶେଷରେ କାଉନସେଲିଂ ଆରମ୍ଭ ହୋଇଥିଲା।