BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମେଧାବୀଙ୍କୁ ମିଳିବ ଫ୍ରି କୋଚିଂ

ଭୁବନେଶ୍ୱର,୧୩ା୧୨: ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା କୋଚିଂ ମିଳିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଛାତ୍ରୀଛାତ୍ରଙ୍କୁ ମେଡିକାଲ (ନିଟ୍‌), ଆଇଆଇଟି, ଜେଇଇ (ଇଞ୍ଜିନିୟରିଂ) ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂ ଦିଆଯିବ। ଆସନ୍ତା ୧୫ରୁ ଛାତ୍ରୀଛାତ୍ର ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ। ସେମାନେ unacademy.com/scholarship/odisha-scholarship-testକୁ ଲଗ୍‌ଇନ କରି ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିପାରିବେ।

ଏହି ପଞ୍ଜୀକରଣ ଆସନ୍ତା ୧୫ରୁ ଆରମ୍ଭ ହୋଇ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ କରିଥିବା ଛାତ୍ରୀଛାତ୍ରଙ୍କର ପରୀକ୍ଷା କରିବା ପରେ କୋଚିଂ ପାଇଁ ମନୋନୟନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦ % ଓ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ୫୦ % ମାର୍କକୁ ମିଶାଇ ଯୋଗ୍ୟତା ଭିତ୍ତିରେ କୋଚିଂ ପାଇଁ ମେଧାବୀଙ୍କୁ ଚୟନ କରାଯିବ। ଯେଉଁମାନେ ମନୋନୀତ ହେବେ ସେମାନେ ୧୫ ଦାରିଖ ପୂର୍ବାହ୍ନ ୧୧ଟାରେ ପ୍ରବେଶିକା ପରୀକ୍ଷା ଦେବେ।