BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭୂକମ୍ପ ଝଟକାରେ ଥରିଲା ଇରାନ୍ ଓ ତାଜିକିସ୍ତାନ, ୧୬୦ କିଲୋମିଟର ଗଭୀରତାରେ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ

  • ଇରାନ୍‌ରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ
  • ତାଜିକିସ୍ତାନରେ ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫
  • ଆସାମର ନାଗାୱ ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ । ଇରାନ୍‌ରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଥିବା ବେଳେ ତାଜିକିସ୍ତାନରେ ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରହିଛି। ସେପଟେ ଆସାମର ନାଗାୱ ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି।

ତେବେ ଭୂକମ୍ପ କାରଣରୁ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ। ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ୧୬୦ କିଲୋମିଟର ଗଭୀରତାରେ ରହିଥିଲା। ଭୂକମ୍ପର ଅକ୍ଷାଂଶ ୩୬.୮୭N, ଦ୍ରାଘିମା ୭୨.୧୦E ରହିଥିବା NCS ସୂଚନା ଦେଇଛି।

ସୂଚନାଯୋଗ୍ୟ, ପୂର୍ବରୁ ତାଜିକସ୍ତାନରେ ୧୮ ଜୁଲାଇରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୮ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଥିଲା। ଫଳରେ ଭୂକମ୍ପ ଝଟକାର ସମ୍ଭାବନାକୁ ତାଜିକସ୍ତାନରେ ଅଧିକ ପ୍ରଭାବିତ କରିଥିଲା।