BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ପୁଣି ପୃଥିବୀକୁ ମାଡିଆସୁଛି ଆଉ ଏକ ବିପଦ।

ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି। ଏହି ଜଳନ୍ତା ରକେଟ ଶନିବାର ପୃଥିବୀକୁ ଧକ୍କା ଦେବ ବୋଲି କୁହାଯାଉଛି। ୩୦ ମିଟର ଲମ୍ବ ପ୍ରାୟ ୨୧ ଟନ୍‌ ଓଜନର ଏହି ରକେଟର ଅଂଶବିଶେଷ ଆମେରିକାର, ନ୍ୟୁୟର୍କ, ସ୍ପେନ୍‌ର ମାଦ୍ରିଦ୍‌ ଏବଂ ଚାଇନାର ବେଜିଂ ସହରରେ ଖସିପଡ଼ିବାର ଆଶଙ୍କା ରହିଛି। ଆମେରିକା ସରକାରଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି। ତେବେ ମହାକାଶରେ ବେଲଗାମ୍‌ ହୋଇ ପୃଥିବୀ ମୁହାଁ ହୋଇଥିବା ଏହି ରକେଟର ଜଳନ୍ତା ଖଣ୍ଡ ଅନ୍ୟ ସହରରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଏହା ସେକେଣ୍ଡ ପିଛା ୪ ମାଇଲ୍‌ ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ମାଇକ୍‌ ହୋଓ୍ବାର୍ଡ କହିଛନ୍ତି ଯେ, ଚାଇନାର ଏହି ରକେଟ ମେ’ ୮ରେ ପୃଥିବୀ ପୃଷ୍ଠରେ ଖସିବ। ଏହାକୁ ୨୦୨୧-୦୩୫-ବି ଭାବେ ନାମିତ କରାଯାଇଛି। ରକେଟ ଖସି ବା ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା ସେ ସୂଚନା ଦେଇଛନ୍ତି।