BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡାକ୍ତରଙ୍କ ପରିବାରକୁ ଟିକା ଦେବାପାଇଁ ଦାବି।

କଟକ, ୧୬ା୫: ପରିବାରଲୋକଙ୍କୁ କୋଭିଡ୍‌-୧୯ ଟିକା ଦେବା ପାଇଁ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପତ୍ର ପ୍ରଦାନ କରାଯାଇଛି। ଜୁନିୟର ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେମାନଙ୍କ ଜରିଆରେ ପରିବାର ଲୋକ ସଂକ୍ରମିତ ହେବାର ଆଶଙ୍କା କରି ସବୁବେଳେ ଚିନ୍ତାରେ ରହୁଛନ୍ତି। ଏଣୁ ରାଜ୍ୟ ସରକାର ଡାକ୍ତରଙ୍କ ପରିବାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବାକୁ ଉକ୍ତ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ଏହାର ନକଲ ସ୍ବାସ୍ଥ୍ୟମନ୍ତ୍ରୀ, ନିର୍ଦ୍ଦେଶକ, ଏସ୍‌ସିବି ପ୍ରିନ୍ସିପାଲ ଓ ଏସ୍‌ସିବି ଅଧ୍ୟକ୍ଷାଙ୍କୁ ପ୍ରଦାନ କରାଯାଇଛି।