BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସକାଳୁ ଉଠି କରନ୍ତୁ ଏହି କାମ , ମସ୍ତିଷ୍କ ହୋଇଯିବ କମ୍ପୁଟରରୁ ଅଧିକ ତୀବ୍ର

ମସ୍ତିଷ୍କ ଆମ ଶରୀରର ଏପରି ଏକ ଅଙ୍ଗ ଯାହା ସବୁବେଳେ କାମ କରିଥାଏ। ଏହା ଆମର ସଂପୂର୍ଣ୍ଣ ଶରୀରକୁ ନିୟନ୍ତ୍ରିତ କରିବା ସହ ଦିନର ସମସ୍ତ କଥାକୁ ମନେ ରଖିଥାଏ। କିନ୍ତୁ କିଛି କାରଣ ବଶତଃ ହଠାତ୍ ଆମେ କଥା ଭୁଲିବାରେ ଲାଗୁ ଏବଂ ମସ୍ତିଷ୍କ କମ୍ କାମ କରିବା ଆରମ୍ଭ ହୋଇଥାଏ। ଏହା ଦ୍ବାରା ଦୈନନ୍ଦିନ ଜୀବନରେ ଆମକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏଥିପାଇଁ ସବୁବେଳେ ମସ୍ତିଷ୍କକୁ ସୁସ୍ଥ ଏବଂ ତୀବ୍ର ରଖିବା ପାଇଁ ପ୍ରତିଦିନ ସକାଳ ସମୟରେ କିଛି ସାଧାରଣ ଉପାୟ ଅବଲମ୍ବନ କରିବାକୁ ପଡ଼ିବ।

ପ୍ରତିଦିନ ସକାଳେ ଉଠିବା ମାତ୍ରେ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ୫ ମିନିଟ ବାହାର କରିବାକୁ ପଡ଼ିବ। ମସ୍ତିଷ୍କକୁ ଶାନ୍ତ କରିବା ପାଇଁ କୌଣସି ଏକାନ୍ତ ସ୍ଥାନକୁ ଯାଇ ଧ୍ୟାନ କରନ୍ତୁ। ଧ୍ୟାନ କରୁଥିବା ସମୟରେ ଦୁନିଆରେ ନିଜର ଉପସ୍ଥିତିକୁ ଭୁଲି ଯାଆନ୍ତୁ।

ଏକାନ୍ତରେ ବସି ନିଜ ଆଖି ବନ୍ଦ କରି ଅର୍ନ୍ତମନକୁ ଏକାତ୍ର କରିବାକୁ ଚେଷ୍ଟା କରନ୍ତୁ। ପ୍ରାରମ୍ଭିକ ସମୟରେ ମନରେ ଏକାଗ୍ରତା ଆଣିବାରେ କିଛିଟା ଆସୁବିଧା ଆସିପାରେ। ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। କିଛି ଦିନ ନିୟମିତ ଏପରି ଧ୍ୟାନ କରନ୍ତୁ ଦେଖିବେ ମନରେ ଏକାଗ୍ରତା ଆସିଯିବ। ଏପରି ପ୍ରତିଦିନ ସକାଳେ କରିବା ମାତ୍ରେ ଆପଣଙ୍କ ମସ୍ତିଷ୍କ ତୀବ୍ର ହେବା ସହ କମ୍ପୁଟର ଭଳି ଚାଲିବ। ଏହା ଦ୍ବାରା ମାନସିକ ଚିନ୍ତା ମଧ୍ୟ ଦୂର ହେବା ସହ ସ୍ମରଣ ଶକ୍ତି ବଢ଼ିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଏହାକୁ ଆପଣଙ୍କୁ ଦୈନିକ କରିବାକୁ ପଡ଼ିବ।