BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡିକେଏମ୍ କନସଲ୍ଟ ଓ ହାଇଦ୍ରାବାଦର ସ୍ଥିତି ଜିସିଇଟି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଡିକେଏମ୍ କନସଲ୍ଟ ସହିତ ହାଇଦ୍ରାବାଦର ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ଜିସିଇଟି) ମଧ୍ଯରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି, ଯାହା ନିର୍ମାଣ ଏବଂ ଭିତ୍ତିଭୂମି ପରଖିବାରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗତିଶୀଳ ଶୈକ୍ଷିକ-ଶିଳ୍ପ ସହଯୋଗ ସହ ପାଇଁ ପଥ ପ୍ରଶସ୍ତ କରିବ ବୋଲି ଉଭୟ ଅନୁଷ୍ଠାର ବିଶ୍ବାସ।

ଜିସିଇଟିର ନିର୍ଦ୍ଦେଶକ ଡକ୍ଟର ଉଦୟ କୁମାର ସୁଶାରଲା ଏବଂ ଡିକେଏମ୍ କନସଲ୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଧନଦା କାନ୍ତା ମିଶ୍ରଙ୍କ ମଧ୍ୟରେ ହୋଇଥିବା ଏମଓୟୁ ତ‌ଥା ଉଭୟ ଅନୁଷ୍ଠାନର ସହଭାଗୀତା ଭବିଷ୍ୟତର ଇଞ୍ଜିନିୟରିଂ ବୃତ୍ତିଗତଙ୍କ ମଧ୍ୟରେ ନବସୃଜନ, ଦକ୍ଷତା ବିକାଶ ଏବଂ ସହଜ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସମାନ ପ୍ରତିବଦ୍ଧତାକୁ ସୂଚିତ କରେ I

ଏହି ପରିପ୍ରେକ୍ଷୀରେ ଜିସିଇଟି କ୍ୟାମ୍ପସରେ ଡିକେଏମ କନସଲ୍ଟ ତରଫରୁ ଏକ ତିନି ଦିନିଆ କର୍ମଶାଳା ଆୟୋଜନ କରିଥିଲା। ବିଲଡିଂ ନିର୍ମାଣ କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ଏବଂ କୃତ୍ରିମ ବୁଦ୍ଧିମତ୍ତାର (ଏଆଇ) ପ୍ରୟୋଗ ବିଷୟରେ ବ୍ୟବହାରିକ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲା I ଏହି କର୍ମଶାଳାରେ ୧୨୦ ରୁ ଆଧ୍ହିକ ଉତ୍ସାହୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବ୍ୟବ‌ହାରିକ ଜ୍ଞାନ କରିଥିଲେ ଏବଂ ତାଲିମ ହାସଲ କରିଥିଲେ I

ଏହି ତିନିଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଡ୍ରୋନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୁଗମ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଡିକେଏମର ଡ. ଧନନ୍ଦ କାନ୍ତ ମିଶ୍ର, ମହମ୍ମଦ ସୟିଦ ଖାନ, ଆଦିତ୍ୟ ଶତପଥୀ, ମହମ୍ମଦ ଆଦନାନ, ଗଦାଧର ପ୍ରଧାନ, କେଶବ ଆନନ୍ଦ ଏବଂ ଆଶୁତୋଷ ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ଆଇଏସଟିଇ କାର୍ଯ୍ୟନିର୍ବାହୀ ସଚିବଙ୍କ ଦ୍ବାରା ଆୟୋଜିତ ଏକ ଉଦଯାପନୀ ସମାରୋହ ସହିତ କାର୍ୟ୍ଯକ୍ରମ ସମାପ୍ତ ହୋଇଥୁଲା, ଯିଏ ଭବିଷ୍ୟତର ବୈଷୟିକ ପ୍ରଗତି ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବାରେ ଏହାର ପ୍ରାସଙ୍ଗିକତା ଏବଂ ବ୍‌ଯ୍ବହାରିକ ଆଭିମୁଖ୍ୟ ପାଇଁ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ I

ଏହି ଅବସରରେ ଡିକେଏମ କନସଲ୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମିଶ୍ର କହିଛନ୍ତି ଯେ ଆମେ ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି ସହିତ ସହ‌ଭାଗୀ ହୋଇ ନୂତନ ପିଢ଼ିର ଇଞ୍ଜିନିୟରମାନଙ୍କୁ ସୃଷ୍ଟି କରିବାରେ ଉତ୍ସାହିତ କରିବୁ, ଯେଉଁମାନେ କେବଳ ବୈଷୟିକ ଭାବରେ ଦକ୍ଷ ନୁହେଁ ବରଂ ଭବିଷ୍ୟତ ଗଢିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇପାରିବେ।

ସେହିଭଳି ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଡକ୍ଟର ସୁଶାରଲା କହିଛନ୍ତି ଯେ ଏହି ବୁଝାମଣାପତ୍ର ଅର୍ଥପୂର୍ଣ୍ଣ ଶିକ୍ଷାଗତ-ଶିଳ୍ପ ସହଯୋଗ ମାଧ୍ଯମରେ ଏକ ଦୃଶ୍ୟାତ୍ମକ ପ୍ରଭାବ ପକାଇବା ପାଇଁ ଆମର ଦୃଷ୍ଟିକୋଣକୁ ମୂର୍ତ୍ତିମନ୍ତ କରେ।

ଡକ୍ଟର ଜି. ନୀରଜା ରାଣୀ, ଡକ୍ଟର ପି.ରାଜୁ, ଡକ୍ଟର ପ୍ରସନ୍ନ କୁମାର ଏବଂ ପ୍ରଫେସର ଜେ. ଶଙ୍କରଙ୍କ ସମ୍ମାନଜନକ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।