BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜିଲ୍ଲାର ପ୍ରମୁଖ ୨୫ ଟି ପ୍ରକଳ୍ପକୁ ଚିହ୍ନଟ କରି ତାହାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

  • ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳମାନଙ୍କ ବୈଠକ

  • ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତି ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ

  • ପ୍ରତି ଜିଲ୍ଲାକୁ ଅର୍ଥନୈତିକ ଅଂଚଳ ଓ ଅବିବୃଦ୍ଧିର ଇଂଜିନ୍ ଭାବେ ବିକଶିତ କରିବାକୁ ପରାମର୍ଶ

  • ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ବ୍ଲକ ସ୍ତରରେ ଖେଳ ପଡ଼ିଆ ନିର୍ମାଣ, ପ୍ଲାନେଟୋରିୟମ ନିର୍ମାଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର:ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସ‌ହିତ ଆଲୋଚନା କରିଥିଲେ। ସମସ୍ତ ଜିଲ୍ଲାପାଳମାନେ ଆଭାସୀ ମାଧ୍ଯମରେ ବୈଠକରେ ଯୋଗଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଜିଲ୍ଲାପାଳମାନେ ଜିଲ୍ଲାର ନିୟମିତ କାର୍ଯ୍ୟ କରନ୍ତୁ। କିନ୍ତୁ ଯେଉଁ ସବୁ ଭନ୍ନୟନମୂଳକ ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ସେସବୁ କାର୍ଯ୍ୟ ଅଗ୍ରଗତି ତଦାରଖ କରନ୍ତୁ। ‘ଓଡ଼ିଶା ଭିଜନ’ କୁ ଦୃଷ୍ଟିରେ ରଖ୍ ପ୍ରତି ଜିଲ୍ଲାମାନଙ୍କୁ ଅର୍ଥନୈତିକ ଅଂଚଳ ଓ ଅବିବୃଦ୍ଧିର ଇଂଜିନ୍ ହେବାକୁ ଜିଲ୍ଲାପାଳମାନେ ସେହି ଅନୁସାରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ଜିଲ୍ଲାର ପ୍ରମୁଖ ୨୫ ଟି ପ୍ରକଳ୍ପକୁ ଚିହ୍ନଟ କରି ତାହାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ବୃହତ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ କଡ଼ାକଡ଼ି ଭାବେ ସମୀକ୍ଷା କରିବା ଏବଂ ସଚିବମାନେ ସେମାନଙ୍କର ଜିଲ୍ଲା ଗସ୍ତ ସମୟରେ ସେସବୁକୁ ଗୁରୁତ୍ବ ଦେଇ ତଦାରଖ କରିବାକୁ ବୈଠକରେ ପରାମର୍ଶ ଦେଇଥିଲେ।

ପୂର୍ବ ନିର୍ଦ୍ଦେଶିତ ଅନୁଯାୟୀ ଏଣିକି ମାସର ପ୍ରତି ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହିତ ବୈଠକ ହେବ। ଏହା ସୋମବାର କିମ୍ବା ଛୁଟି ଦିବସ ହୋଇଥିଲେ ପରବର୍ତ୍ତୀ ଦିନ ୧୭ ତାରିଖରେ ବୈଠକ ହେବ ବୋଲି ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ବୈଠକରେ ଯୋଗଦେଇ ସୂଚନା ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବାରୁ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅକାରୀମାନେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଓ ସୁବିଧା କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ଜିଲ୍ଲାପାଳମାନଙ୍କୁ ପ୍ରତି ମାସରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା, ଶିଶୁ, ମାତୃ ମୃତ୍ୟୁହାର ରୋକିବା ଦିଗରେ ପଦକ୍ଷେପ ନେବା, ବିଭିନ୍ନ ଜିଲ୍ଲା ଡାକ୍ତର ଖାନାର ଚିକିତ୍ସା ବ୍ୟବସ୍ଥା ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ଜିଲ୍ଲା ଖଣିଜ ପାଣ୍ଠିର ପରିଚାଳନା ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରିଥିଲେ।

ବିଭିନ୍ନ ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିୟମ୍ ପ୍ରକଳ୍ପ ସ୍ଥାପନ ନେଇ କାର୍ଯ୍ୟ ଅଗ୍ରଗତି ଏବଂ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସଂପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଥିଲା।

ବୈଠକରେ ପି.ଏମ୍.ସୂର୍ଯ୍ୟଘର ମୁଫତ୍ ବିଜ୍‌ଲୀ ଯୋଜନାର କାର୍ଯ୍ୟକାରିତା ବୃଦ୍ଧି କରିବାରେ ବ୍ୟାପକ ସଚେତନତା ସୃଷ୍ଟି ନେଇ ଆଲୋଚନା କରାଯାଇଛି। ଗୃହ ଓ ନଗର ଭନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ସୁଲଭ ହାଉସିଂ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଞ୍ଚଳ ୨.୦, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଖାଲ ଖମା ମୁକ୍ତ ସହରାଞ୍ଚଳ ରାସ୍ତା ନିର୍ମାଣ ସଂପର୍କରେ ଆଲୋଚନା ହୋଇଛି।
ଜିଲ୍ଲାରେ ସମସ୍ତ ୩୧୪ ବ୍ଲକରେ ଖେଳ ପଡ଼ିଆ ନିର୍ମାଣ ନେଇ ସ୍ଥିତି ସମୀକ୍ଷା କରାଯାଇଥିଲା। ଯେଉଁଠି ଏ ନେଇ ଜମି ସମସ୍ୟା ରହିଛି ରାଜସ୍ବ

ବିଭାଗ ପକ୍ଷରୁ ଜାନୁଆରୀ ୩୧ ତାରିଖ ସୁଦ୍ଧା ଜମି ବ୍ୟବସ୍ଥା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଉନ୍ନୟନ କମିଶନର ତଥା ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ, ଧାନ ସଂରକ୍ଷଣ ପାଇଁ ଅଧିକ ଗୋଦାମ ଘର ନିର୍ମାଣ, ଇ-କେୱାଇସି ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ସଂପର୍କରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଲୋଚନା କରିଥିଲେ।

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କର ରହୁଥ‌ିବା କାର୍ଯ୍ୟ ଓ ତଦାରଖ ଭୂମିକା ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।