BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜିଲ୍ଲା ଅଙ୍ଗନବାଡି କର୍ମଚାରୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ୧୦ଦଫା ଦାବୀପତ୍ର ପ୍ରଦାନ

ଫୁଲବାଣୀ: ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଅଙ୍ଗନବାଡି କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ସମସ୍ୟା ନେଇ ଦଶ ଦଫା ଦାବୀ ପତ୍ର ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

କନ୍ଧମାଳ ଜିଲ୍ଲାରେ ଅଧିକାଂଶ ପଞ୍ଚାୟତ ରେ ନେଟୱାର୍କ ନଥିବା ବେଳେ ହିତାଧିକାରୀଙ୍କ ଫଟୋ ଉଠାଇ ପଠାଇବାସମ୍ଭବ ହେଉନାହିଁ।ସମସ୍ତଙ୍କ ର ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମୋବାଇଲ ନାହିଁ, ତେଣୁ ସରକାର ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଦାବୀପତ୍ରରେ ଉଲ୍ଲେଖ ରହିଛି।ଅନଲାଇନ କାମର ପୁନଃ ଅଫଲାଇନ କରିବାରେ ବହୁ ସମୟ ଲାଗୁଛି।ମୂଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୋଷଣ ଯୋଜନାରେ ସିଜା ଅଣ୍ଡା ଦେବା ପାଇଁ ଜାଳେଣୀ ନିମନ୍ତେ ଅର୍ଥ ବ୍ୟବସ୍ଥା କରାଯାଉ।

ଅନ୍ୟ କର୍ମଚାରୀଙ୍କ ଭଳି ଅଙ୍ଗନବାଡି କର୍ମୀ ଓ ସହାୟିକା କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉ।ଷାଠିଏ ବର୍ଷ ପରେ ଦୁଇ ବର୍ଷ ଚାକିରୀ ବୃଦ୍ଧି ଶାରୀରିକ ସକ୍ଷମ ବ୍ୟକ୍ତିଙ୍କୁ ସିଧାସଳଖ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଉ।ଅବସର ନେବା ବେଳେ ଚାକିରୀରୁ ଅନ୍ତର ନ ଲେଖି ଅବସର ନେବା ଲେଖାଯାଉ।କର୍ମ କ୍ଷେତ୍ରରେ ଅନେକ ଉପରିସ୍ଥ ଅଧିକାରୀ ସମ୍ମାନ ଓ ମର୍ଯ୍ୟାଦାର ସହ ବ୍ୟବହାର କରିବା ବଦଳରେ ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।ପ୍ରତି ବ୍ଲକ ଓ ଜିଲା ସ୍ତରରେ ଅଭିଯୋଗ ସମାଧାନ ପାଇଁ ଜନଶୁଣାଣୀ ବ୍ୟବସ୍ଥା କରାଯାଉ।

ହିତାଧିକାରୀଙ୍କୁ ଦିଆଯାଉଥିବା ଅତି ନିମ୍ନ ମାନର ଛତୁଆ ବଦଳରେ ଉନ୍ନତ ମାନର ଖାଦ୍ୟଓ ପୃଷ୍ଟିଯୁକ୍ତ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଉ।ଦୀର୍ଘବର୍ଷ ପଡିରହିଥିବା ଅଙ୍ଗନବାଡି ଗୃହ ନିର୍ମାଣ ତୁରନ୍ତ ଶେଷ କରିବା ସହ ଆଧୁନିକ ଢାଞ୍ଚାରେ ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ।

ଗତ ନିର୍ବାଚନ ଇସ୍ତାହାର କାର୍ଯ୍ୟକାରୀ କରିବା ଓ ନୂତନ ଶିକ୍ଷା ନୀତି ଅନୁସାରେ ଯୋଗ୍ୟତା ଓ ଦକ୍ଷତା ଭିତିରେ ପ୍ରତି ବ୍ଲକର କର୍ମୀଙ୍କୁ ପ୍ରମୋଶନ ଦିଆଯିବାକୁ ମଧ୍ୟ ଦାବୀପତ୍ରରେ ଉଲ୍ଲେଖ ରହିଛି। ଏହି ଅବସରରେ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସଂଗଠିତ ହୋଇ ଆଇନ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଭୀକାରୀ ଚରଣ ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକଙ୍କ ସହ ଶାରଦା ପରିଛା, କୁମୁଦିନୀ ବେହେରା ସୁଜାତା ଦାସ ,ଆରତୀ ବେହେରା,ବିଷ୍ଣୁପ୍ରିୟା ପଟନାୟକ ପ୍ରମୁଖ ପ୍ରତି ବ୍ଲକ ଓ ପଞ୍ଚାୟତ ରୁ କର୍ମୀ ଓ ସହାୟିକାମାନେ ଯୋଗଦାନ କରିଥିଲେ।