BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜନ୍ମଦିବସ ଅବସରରେ ବସ୍ତ୍ରବଣ୍ଟନ

ଭୁବନେଶ୍ୱର : ବ୍ରହ୍ମେସ୍ୱର ବିଦ୍ୟାଳୟର ପୁରୁଣା ବିଦ୍ୟାର୍ଥୀ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡାଙ୍କ ଶୁଭଜନ୍ମ ଦିବସ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ କିଛି ପୁରୁଣା ବିଦ୍ୟାର୍ଥୀ ଏକାଠିହୋଇ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ଅସହାୟ, ଅଭାବୀ ମହିଳାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ସହ ଶୂନ୍ୟ ମହିମା ପ୍ରଭୁଙ୍କୁ ଜଗତକଲ୍ୟାଣ ପାଇଁ ଶୁଭ କାମନା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l

ସହପାଠୀ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧିବକ୍ତା ଉମାକାନ୍ତ ତାଣ୍ଡି, ସମ୍ମାନିତ ଅତିଥି ଭାବେ, ରାଉରକେଲା ଆଇଜିଏଫଏଲ ମାନବ ସମ୍ବଳମୁଖ୍ୟ ତଥା ସମାଜସେବୀ ରବି ନାରାୟଣ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜସେବୀ ପଦ୍ମ ଚରଣ ବେହେରା, ସମାଜସେବୀକା କବିତା ଘଡେଇ ଉପସ୍ଥିତ ରହିବା ସହ ଅସହାୟଙ୍କ ସେବା ମାନବ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହ ପୂଜ୍ୟପୂଜା ଓ ମାନବବାଦ କୁ ଗୁରୁତ୍ୱପ୍ରଦାନ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ l

ନିଆରା ଭାବେ ଏହିପରି କାର୍ଯ୍ୟକ୍ରମ ଆଗାମୀ ପୀଢ଼ିଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମତ ବ୍ୟକ୍ତ କରା ଯାଇଥିଲା lଏହି ଅବସରରେ ସମାଜସେବୀ ପ୍ରଦୀପ କୁମାର ଭଟ ଓ ହୃଦାନନ୍ଦ ଜେନାଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ l ମହିମାସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ, ମନୋରଞ୍ଜନ ସାମନ୍ତରାୟ, ସୁଷମା ପ୍ରଧାନ, ପ୍ରଜ୍ଞା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l