BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉଚ୍ଚ ଗୁଣବତ୍ତା ସମ୍ପନ୍ନ ରାସ୍ତା ଓ କୋଠା ନିର୍ମାଣ ସମ୍ଭବ ହୋଇପାରିବ

  • ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା

  • କାର୍ଯ୍ୟର ଗୁଣବତ୍ତା ଏବଂ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱ, ଆଧୁନିକ ସାମଗ୍ରୀର ବ୍ୟବହାର ନେଇ ଆଲୋଚନା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱ ବଳରେ ବର୍ତ୍ତମାନ ରାଜ୍ୟର ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ନିୟମିତ ନିଯୁକ୍ତି ପ୍ରକ୍ରିୟା ଫଳରେ ବିଭାଗରେ ଦକ୍ଷ ଇଂଜିନିୟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ଉନ୍ନତ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଏବଂ ଏହାର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ଜରୁରୀ। ଫଳରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ରାସ୍ତା ଓ କୋଠା ନିର୍ମାଣ ସମ୍ଭବ ହୋଇପାରିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

ଆଜି ଅପରାହରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ରାସ୍ତା, କୋଠାବାଡ଼ି ଆଦିରେ ବ୍ୟବହୃତ ଇଟା, ବାଲି, ଗୋଡ଼ି ସମେତ ବିଭିନ୍ନ ଇନ୍‌-ଡୋର ଓ ଆଉଟ୍‌-ଡୋର ସାମଗ୍ରୀ, ବିଲ୍‌ଡିଂ ସାମଗ୍ରୀ, ପ୍ରି-ଫାବିକ୍ରେଟେଡ୍‌ ନିର୍ମାଣ ସାମଗ୍ରୀ, ରାସ୍ତା ଓ କୋଠାବାଡ଼ିରେ ବ୍ୟବହୃତ ବିିଭିନ୍ନ ସାମଗ୍ରୀର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା । ଗୁଣବତ୍ତାଯୁକ୍ତ ସାମଗ୍ରୀର ବ୍ୟବହାର ଏବଂ ଏହାର ସଠିକ ମୂଲ୍ୟ ନିର୍ଦ୍ଧାରଣ ଦ୍ୱାରା ଭିତ୍ତିଭୂମିର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହିତ ନିର୍ମାଣଜନିତ ଖର୍ଚ୍ଚ କମ୍‌ ହୋଇପାରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭିତ୍ତିଭୂମି ନିର୍ମାଣରେ ବ୍ୟହୃତ ସାମଗ୍ରୀର ମାନକୁ ଗୁରୁତ୍ୱ ଦେବା ସହ ଜାରି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୟଦେବ ବିହାର – ନନ୍ଦନକାନନ ରୋଡ୍‌ ଏବଂ ଫ୍ଲାଏ ଓଭର ଏବଂ ନୂଆ ଲୋକସେବା ଭବନ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ପରାମର୍ଶ ଦେଇଥିଲେ ।

ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ଇଆଇସି ରୋଡ୍ସ – ୧ ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ଯନ୍ତ୍ରୀ ବିଲଡିଂ -୧ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଏନ.ଏଚ ଇଂ ନାରାୟଣ ପଟେଲ୍‌ଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।