BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏହାକୁ ଯେତେଦୂର ସମ୍ଭବ ପୂରା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରୀ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆଲୋଚନା

ଭୁବନେଶ୍ୱର: ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ଉନ୍ନତ ସେ ଦେଶ ସେତେ ମାତ୍ରାରେ ସମୃଦ୍ଧ I ଗୁଣାତ୍ମକ ଶିକ୍ଷାଦାନ ସହ ସମାଜକୁ ସଠିକ ମାର୍ଗ ଦର୍ଶନ କରି ଦେଶ ତଥା ରାଜ୍ୟକୁ ଆଗେଇ ନେବାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏହାକୁ ଯେତେଦୂର ସମ୍ଭବ ପୂରା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I

ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସହ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ୧୨ଜଣିଆ ପ୍ରତିନିଧି ମଣ୍ଡଳୀର ଆଲୋଚନା ଅନୁଷ୍ଠିତ ହୋଇଯାଇଛି I ଏଥିରେ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ ସହିତ ଚାକିରୀ ସର୍ତ୍ତାବଳି, ୧୯୯୪ ଅନୁଦାନ ନିୟମlନୁସାରେ ଅନୁଦାନ, ଗ୍ରେଡ଼ ପେ ରେ ଥିବା ଅସଂଗତି ଦୂରୀକରଣ, ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପାଇଁ RA ସ୍କିମର ପୂର୍ଣ୍ଣ ପ୍ରଚଳନ, ନୂତନ ଅନୁଦାନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ ଓ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କର ଥିବା ବିଭିନ୍ନ ସମସ୍ୟା , ୭ମ ବେତନ କମିଶନରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ଏହି ହାରରେ ବେତନ ପ୍ରଦାନ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା l ମନ୍ତ୍ରୀ ଶ୍ରୀ ହରିଚନ୍ଦନ କର୍ମଚାରୀମାନଙ୍କ ସମସ୍ତ ଦାବିକୁ ଶୁଣିବା ସହିତ ଖୁବ ଶୀଘ୍ର ଏସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ I

ଏହି ବୈଠକରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ପାଳଲହଡାର ବିଧାୟକ ଶ୍ରୀ ଅଶୋକ ମହାନ୍ତି ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ତ୍ରିନାଥ ମାଝୀଙ୍କ ସମେତ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ରଂଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ବାଳ,ମାଣିକେଶ୍ବର ସ୍ୱାଇଁ ,ରମାକାନ୍ତ ମହାପାତ୍ର, ରଂଜନ ପଣ୍ଡା, ପ୍ରମୋଦ ହୋତା, ଅଜୟ ପତି, ଗରୁଡ ସାହୁ, ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ I