BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୁରୀରେ ଡାଇରିଆ ଆତଙ୍କ: ଅସ୍ତରଙ୍ଗରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି

ଅସ୍ତରଙ୍ଗ :ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ଡାଇରିଆ ରୋଗ ବ୍ୟାପିବାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ରୁ ଅଧିକ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ହସ୍ପିଟାଲ ଚତୁର୍ଦ୍ଦିଗରେ ଆକ୍ରାନ୍ତଙ୍କ ଭିଡ଼ ଲାଗିଛି, ଲମ୍ବା ଲାଇନରେ ରୋଗୀମାନେ ଚିକିତ୍ସା ପାଇଁ ଅପେକ୍ଷା କରୁଛନ୍ତି।

ସ୍ଥାନୀୟ ସୂତ୍ର ମୁତାବକ, ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଶିଶୁ, ମହିଳା ଓ ବୟସ୍କମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଆସନ୍ତା ଦିନରେ ଆହୁରି ଗମ୍ଭୀର ରୂପ ନେଇପାରେ ବୋଲି ଚିକିତ୍ସାକର୍ମୀମାନେ ଆଶଙ୍କା କରୁଛନ୍ତି।

ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଭାରତ ମହାଲିକ କହିଛନ୍ତି ଯେ, ଖାଦ୍ୟ ବିଷକ୍ରିୟା କିମ୍ବା ଦୂଷିତ ପାନୀୟ ଜଳ ହେଉଛି ଏହି ରୋଗର ପ୍ରମୁଖ କାରଣ। ସେ କହିଛନ୍ତି, “ଏହା ସହ ପାଗ ପରିବର୍ତ୍ତନ ମଧ୍ୟ ଏହି ରୋଗ ପ୍ରକୋପର ଏକ କାରଣ ହୋଇପାରେ।”

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ ରହିବା, ଖୋଲା ଜଳ ବା ଅସୁଚିତ ଖାଦ୍ୟ ଗ୍ରହଣ ନ କରିବା ବାବଦରେ ଉପଦେଶ ଦିଆଯାଇଛି। ଭୋଜି ଭାତ ଓ ଖାଦ୍ୟପଦାର୍ଥ ବାହାରେ ଖାଇବାକୁ ଅନୁତ୍ସାହିତ କରାଯାଇଛି।

ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ରୋଗ ଉପରେ ନିୟନ୍ତ୍ରଣ ଆଣିବାକୁ ଅବିରତ ଚେଷ୍ଟା କରୁଛନ୍ତି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ