BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟାଟା ଷ୍ଟିଲ ପକ୍ଷରୁ କୋଭିଡକେୟାର ସେଣ୍ଟର

ଢେଙ୍କାନାଳ ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍‌-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର କୋଭିଡ୍‌ ପାରାମେଡିକ୍ସ, ସଫେଇ କର୍ମଚାରୀ, ଡାକ୍ତର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ ଟିମ୍‌ ଓ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି। କାରଖାନାର ବଡ଼ ସହଯୋଗୀ ଭେଣ୍ଡର କର୍ମଚାରୀଙ୍କ ପାଇଁ ନିଜସ୍ବ କୋଭିଡ୍‌ କେୟାର ହୋମ୍‌ ପ୍ରସ୍ତୁତ କରିଛନ୍ତି। କମ୍ପାନୀର ୯୯% କର୍ମଚାରୀ ୨ଡୋଜ୍‌ ଟିକା ନେଇସାରିଛନ୍ତି। ସଙ୍ଗରୋଧରେ ଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରଥମ ଲହରୀ ବେଳକୁ ଯେପରି କମ୍ପାନୀ କର୍ମଚାରୀମାନେ ଛୋଟ ଛୋଟ ଗ୍ରୁପରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିଲେ, ତାହାକୁ ପୁନର୍ବାର ଲାଗୁ କରାଯାଇଛି। ୱାର୍କଫ୍ରମ୍‌ ହୋମ୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। କ୍ୟାଣ୍ଟିନରେ ଡାଇନିଂ ବଦଳରେ ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଉଛି। ହୋର୍ଡିଂ, ପୋଷ୍ଟର, ଏଲଇଡି ବୋର୍ଡ, ଏସ୍‌ଏମ୍‌ଏସ୍‌, ସଟ୍‌ ଭିଡିଓ ମାଧ୍ୟମରେ ନିୟମିତ ସୂଚନା ପ୍ରଦାନ କରାଯାଉଛି ା ଭ୍ରାମ୍ୟମାଣ ବାହାନ ଜରିଆରେ କମ୍ପାନୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି। ମୁଖ୍ୟ ଫାଟକରେ ମାସ୍କ ଓ ତାପମାତ୍ରା ଯାଞ୍ଚ କରାଯାଉଛି। ନିୟମିତ ବ୍ୟବଧାନରେ ପ୍ଲାଣ୍ଟ ପରିସରକୁ ସାନିଟାଇଜ କରାଯାଉଛି। ଟ୍ରକ୍‌ ଚାଳକ, ଅତିଥିଙ୍କୁ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସତର୍କ କରାଯାଉଛି। କମ୍ପାନୀ ସୁରକ୍ଷା ଦଳ ପକ୍ଷରୁ କୋଭିଡ୍‌-୧୯ ଟାକ୍ସଫୋର୍ସ ଗଠନ କରାଯାଇଛି। ସିଏସ୍‌ଆର୍‌ ଦଳ ଉଦ୍ୟମରେ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ଟିକାକରଣ ହୋଇପାରିଛି। ସ୍ଥାନୀୟ ଲୋକଙ୍କ ପାଇଁ ଗତବର୍ଷ ଭଳି ନିକଟ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ବ୍ୟବସ୍ଥା କରାଯାଇଛି।