BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା କଟକଣା ମାନିବାକୁ ଅନୁରୋଧ କଲେ ଡିଜିପି ଅଭୟ।

ଭୁବନେଶ୍ବର,୨୯/୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଚେତନତା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଅଭୟ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ କରୋନା କଟକଣା ମାନିବାକୁ ଡିଜିପି ଅଭୟଙ୍କ ନିବେଦନ କରିଛନ୍ତି। ଡିଜିପି ଅଭୟ କହିଛନ୍ତି ଯେ କୋଭିଡ୍ କଟକଣା ପାଇଁ ପଦକ୍ଷେପ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‌ କଟକଣା ମାନିଲେ ମହାମାରୀ କରୋନାର ମୁକାବିଲା କରିହେବ। କରୋନା କଟକଣା ପାଳନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସଚେତନତା ସୃଷ୍ଟି କରାଯାଉଛି। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ପାଳନ କରନ୍ତୁ। ଏପ୍ରିଲ ୨୦୨୧ରେ ମାସ୍କ ନପିନ୍ଧିଥିବା ଦେଢଲକ୍ଷ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୩୫୦ ଦୋକାନ ଓ ଶିକ୍ଷାନୁଷ୍ଠାନ ସିଲ୍‌ ହୋଇଛି। ଚଳିତ ମାସରେ କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ୪୧୮ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୮ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି। ୧୩ଶହରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି।
କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଜନସାଧାରଣଙ୍କୁ ଗିରଫ କରିବା କିମ୍ବା ସେମାନଙ୍କଠାରୁ ଜୋରିମାନା ଆଦାୟ କରିବା ପାଇଁ ଆଦୌ ଚାହୁଁନାହିଁ। ଚୋରଙ୍କୁ ଧରିବା କିମ୍ବା କୌଣସି ଅପରାଧକୁ ଲୋକଲୋଚନକୁ ଆଣି ଅପରାଧୀଙ୍କୁ ଚିହ୍ନଟ କରିପାରିଲେ ପୁଲିସ ପ୍ରଶାସନକୁ ସନ୍ତୋଷ ମିଳିଥାଏ। ତେବେ ଦେଶ ତଥା ରାଜ୍ୟର ହିତ ଦୃଷ୍ଟିରୁ ପୁଲିସ କୋଭିଡ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେଣୁ ଆପଣମାନେ ସମସ୍ତେ କୋଭିଡ୍‌ ନିୟମପାଳନ କରନ୍ତୁ ଏବଂ ରାଜ୍ୟରେ ଜାରି ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ମାନନ୍ତୁ ବୋଲି ଡିଜିପି ଅଭୟ ଆହ୍ବାନ ଦେଇଛନ୍ତି।